ଆଡଭାନ୍ସ ବୁକିଂରେ ଆର୍‌ଆର୍‌ଆର୍‌କୁ ପଛରେ ପକାଇଲା କେଜିଏଫ୍‌-୨

ୟଶ ଷ୍ଟାରର ଫିଲ୍ମ କେଜିଏଫ୍‌-୨ ରିଲିଜ ପୂର୍ବରୁ ହିଁ ରେକର୍ଡ କରିଛି । ଫିଲ୍ମର ଆଡଭାନ୍ସ ବୁକିଂ ଆର୍‌ଆର୍‌ଆର୍‌କୁ ମଧ୍ୟ ପଛରେ ପକାଇ ଦେଇଛି। କେଜିଏଫର ଦିତୀୟ ପାର୍ଟକୁ ନେଇ ସାଉଥ ସିନେପ୍ରେମୀଙ୍କ ମଧ୍ୟରେ ପୂର୍ବର ଉତ୍ସାହ ଥିଲା। ଏବେ ଉତ୍ତର ଭାରତରେ ଏହାର କ୍ରେଜ ମଧ୍ୟ ଦେଖିବାକୁ ମିଳିଛି। କେଜିଏଫ୍‌-୧କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଫିଲ୍ମଟି ୨୦୧୮ ଡିସେମ୍ବରରେ ରିଲିଜ ହୋଇଥିଲା। ସେବେଠାରୁ ଦର୍ଶକ ଏହାର ସେକେଣ୍ଡ ପାର୍ଟକୁ ଅପେକ୍ଷା କରିଥିଲେ। ଫିଲ୍ମ ଏପ୍ରିଲ ୧୪ରେ ରିଲିଜ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ହିନ୍ଦୀ ଭର୍ସନ ପାଇଁ ମୋଟ ୧୧ କୋଟି ଏବଂ ମୋଟାମୋଟି ୨୦ କୋଟି ଟିକେଟ ବୁକିଂ ସରିଛି।
ସାଉଥ ଫିଲ୍ମର ଲୋକପ୍ରିୟତା ବଢିବାରେ ଲାଗିଥିବା ବେଳେ ପୁଷ୍ପା, ଆରଆରଆର ପରେ କେଜିଏଫ୍‌ ମଧ୍ୟ ବକ୍ସ ଅଫିସରେ ନୂତନ ରେକର୍ଡ କରିବାକୁ ଯାଉଥିବା ଦେଖିବାକୁ ମିଳିଲାଣି। ୟଶ ଷ୍ଟାରର କନ୍ନଡ ଫିଲ୍ମ କେଜିଏଫ-୨ ରାମଚରଣ ଏବଂ ଜୁନିୟର ଏନଟିଆରଙ୍କ ଆରଆରଆରର ଆଡଭାନ୍ସ ବୁକିଂର ରେକର୍ଡ ଭାଙ୍ଗି ଦେଇଛି। ହିନ୍ଦୀ ଭର୍ସନର ୧୧ କୋଟିର ଟିକେଟ ବିକ୍ରି ହୋଇ ସାରିଛି। ଅନ୍ୟପଟେ ଆରଆରଆର ଆଡଭାନ୍ସ ବୁକିଂରେ ୫ କୋଟି ଟଙ୍କା ଆୟ ହୋଇଥିଲା। ଟ୍ରେଡ ଆନାଲିଷ୍ଟଙ୍କ ଅନୁସାରେ କେଜିଏଫର ମୋଟ ୨୦ କୋଟି ଟିକେଟ ବିକ୍ରି ହୋଇ ସାରିଛି।

Share