ଆଜିଠାରୁ ଖଦୀ ମେଳା

ଭୁବନେଶ୍ୱର,୧୪।୩(ବ୍ୟୁରୋ):ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଖଦି ମେଳା। ମେଳାରେ ୬୫ଟି ଷ୍ଟଲ ପଡ଼ିବ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହା ୧୦ଦିନ ଧରି ବୋର୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସୂଚନା ଦେଇଛନ୍ତି। ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା, ପେଡ଼ା, ସୋରିଶ ତେଲ, ମହୁ, କନ୍ଧମାଳ ହଳଦୀ, ମସଲା, ଆଚାର, ଧୂପକାଠି, ଚାନ୍ଦୁଆ, ଶାଢ଼ୀ, ଗାମୁଛା, ପଞ୍ଜାବୀ, ସାର୍ଟ ପ୍ରଭୃତି ସାମଗ୍ରୀ ଉପଲବ୍ଧ ହେବ। ଏଥିସହ ଅରଟରେ ସୂତା କଟା, ତନ୍ତରେ ଲୁଗା ବୁଣା ଲାଇଭ୍‌ରେ ଦେଖିବାକୁ ମିଳିବ। ପ୍ରତିଦିନ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ। ଏହି ସମ୍ମିଳନୀରେ ବୋର୍ଡର ସଚିବ ସୁଦାମ ଚରଣ ମଣ୍ଡଳ, ଉପସଚିବ ସଞ୍ଜୟ କୁମାର ମିଶ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’: ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର,୨୪।୧୧: ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ର ଅନୁଷ୍ଠିତ ହୋଇଛି...

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା

ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା...

ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ...

‘ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ’: ଆଜି ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ...

ଟୋଲଗେଟକୁ ଧକ୍କାଦେଇ ହୁହୁ ହୋଇ ଜଳିଲା କଣ୍ଟେନର: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲ୍ପର ବି…

ବାଲେଶ୍ୱର,୨୪।୧୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ...

ପରିବର୍ତ୍ତନର ସ୍ରୋତରେ ଡଙ୍ଗରିଆ

ନିଜର ନିଆରା ତଥା ଭିନ୍ନ ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ ରାୟଗଡ଼ା ଜିଲା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ରାୟଗଡ଼ା ଜିଲାର...

ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍‌ଏମ୍‌ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ...

ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ, ଯାମିନୀ ଷଡ଼ଙ୍ଗୀଙ୍କୁ…

ଭୁବନେଶ୍ୱର, ୨୪ା୧୧ (ଅନିଲ ଦାସ): ରାଜ୍ୟ ସରକାର ଶନିବାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୨ଜଣ ଆଇଏଏସ୍‌ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri