ଭୁବନେଶ୍ୱର,୧୪।୩(ବ୍ୟୁରୋ):ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଖଦି ମେଳା। ମେଳାରେ ୬୫ଟି ଷ୍ଟଲ ପଡ଼ିବ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହା ୧୦ଦିନ ଧରି ବୋର୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସୂଚନା ଦେଇଛନ୍ତି। ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା, ପେଡ଼ା, ସୋରିଶ ତେଲ, ମହୁ, କନ୍ଧମାଳ ହଳଦୀ, ମସଲା, ଆଚାର, ଧୂପକାଠି, ଚାନ୍ଦୁଆ, ଶାଢ଼ୀ, ଗାମୁଛା, ପଞ୍ଜାବୀ, ସାର୍ଟ ପ୍ରଭୃତି ସାମଗ୍ରୀ ଉପଲବ୍ଧ ହେବ। ଏଥିସହ ଅରଟରେ ସୂତା କଟା, ତନ୍ତରେ ଲୁଗା ବୁଣା ଲାଇଭ୍ରେ ଦେଖିବାକୁ ମିଳିବ। ପ୍ରତିଦିନ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ। ଏହି ସମ୍ମିଳନୀରେ ବୋର୍ଡର ସଚିବ ସୁଦାମ ଚରଣ ମଣ୍ଡଳ, ଉପସଚିବ ସଞ୍ଜୟ କୁମାର ମିଶ୍ର ଉପସ୍ଥିତ ଥିଲେ।