ଖଦି ପିନ୍ଧିଲେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତା

ବ୍ରହ୍ମପୁର ଅଫିସ,୧୧ା୨: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ସମସ୍ତ କର୍ମକର୍ତ୍ତା (ଶିକ୍ଷକ ଓ ଅଣଶିକ୍ଷକ) ଖଦି ବସ୍ତ୍ର ପରିଧାନ କରି ପ୍ରଶାସନିକ କୋଠା ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସପ୍ତାହର ଗୋଟିଏ ଦିନ (ପ୍ରତି ଶୁକ୍ରବାର) ସମସ୍ତ କର୍ମକର୍ତ୍ତା ଖଦି ବସ୍ତ୍ର ପିନ୍ଧିବାକୁ ଗତ ବୁଧବାର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିଦ୍ଦେର୍ର୍ଶକ୍ରମେ କୁଳସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନିର୍ଦ୍ଦେଶନାମା ପ୍ରକାରେ ବିଶ୍ୱ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକମାନେ ଚଳିତ ମାସ ୧୦ ତାରିଖ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ଖଦଡ଼ ବସ୍ତ୍ର ପିନ୍ଧିବା ନିମନ୍ତେ ଗତ ବୁଧବାର ବିଶ୍ୱବିଦ୍ୟାଳରେ ବିଜ୍ଞପ୍ତିି ପ୍ରକାଶ ପାଇଥିଲା। ସେହି ନିର୍ଦ୍ଦେଶନାମା ପ୍ରକାରେ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଖଦି ପୋଷାକ ପିନ୍ଧି ଆସି ପିଜି କାଉନସିଲ ଅଫିସ ସମ୍ମୁଖରେ ଅଧ୍ୟାପକ, ଅଧ୍ୟାପିକାମାନେ ଏକତ୍ରିତ ହୋଇଥିଲେ। ଏ ନେଇ ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଯୋଗାଯୋଗ ବେଳେ ସେ କହିଥିଲେ ଏଭଳି ପଦକ୍ଷେପକୁ ସ୍ବାଗତ କରାଯାଇଛି। ଖଦିବସ୍ତ୍ର ପିନ୍ଧିବା ଦ୍ୱାରା ବୁଣାକାରମାନେ ସେମାନଙ୍କ ଜୀବିକା ପାଇପାରିବେ। ଏହାଛଡ଼ା ଆଗକୁ ଖରା ବୃଦ୍ଧି ପାଇବ। ଏବେଠୁ ଖଦି ପୋଷାକ ପରିଧାନ କରିବା ଦ୍ୱାରା ଦେହ ଥଣ୍ଡା ରହିବ। ଆଗାମୀ ଦିନରେ ଏହାକୁ ନିୟମିତ ବ୍ୟବହାର କରିବା ଓ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ପରିଧାନ କରିବା ପାଇଁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି।

Share