ଖଡ଼ିଆଳ,୭ା୧୨(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲାର ଖଡ଼ିଆଳ ମିଶନ ହସ୍ପିଟାଲ (ଇଭାଞ୍ଜିକାଳ)କୁ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରିବା ପାଇଁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହଲିଙ୍ଗଙ୍କୁ ଚିଠି ଲେଖିଛନ୍ତି।
ସୂଚନା ଅନୁସାରେ ଏହି ମିଶନ ହସ୍ପିଟାଲ ଉପରେ ନୂଆପଡା ସମେତ ପଡୋଶୀ ବରଗଡ଼, ଛତିଶଗଡ, ବାଲାଙ୍ଗୀର ଜିଲାର ରୋଗୀ ନିର୍ଭର କରନ୍ତି। ଏହି ହସ୍ପିଟାଲକୁ ବିଗତ ବର୍ଷରେ ବିଜୁ ସ୍ବାସ୍ଥ୍ୟ ଯୋଜନା ସାମିଲ କରାଯାଇଥିବା ବେଳେ ସେ ସମୟରେ ୩୦୦୦ ରୋଗୀ ଉପକୃତ ହୋଇଥିଲେ। ଏଠାରେ ଅନେକ ଗର୍ଭବତୀ ମହିଳା ଜରୁରିକାଳୀନ ପରିସ୍ଥିତିରେ ରକ୍ତ ଆବଶ୍ୟକ କରନ୍ତି। ଫଳରେ ସେମାନଙ୍କୁ ଖଡ଼ିଆଳରୁ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥାଏ। ଖଡ଼ିଆଳଠାରୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ୭୦କି.ମି. ଦୂରରେ ଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏହି ହସ୍ପିଟାଲକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଗଲେ ଅଞ୍ଚଳର ବହୁ ରୋଗୀ ଉପକୃତ ହୋଇପାରନ୍ତେ ବୋଲି ବିଧାୟକ ଚିଠିରେ ଉଲ୍ଲେଖ କରିଛନ୍ତି।