Categories: ବାଣିଜ୍ୟ

ବଜାରରେ ହିରୋର ନ୍ୟୁ କରିଜ୍ମା ଏକ୍ସଏମ୍‌ଆର୍‌

ଭୁବନେଶ୍ୱର,୨୯।୧୨:ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ବାଇକ ‘କରିଜ୍ମା ଏକ୍ସଏମ୍‌ଆର୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଅରୁନ୍ଧତୀ ମୋଟୋବାଇକ୍ସ ଲୁଇସ୍‌ରୋଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ମୋଟୋବାଇକ୍ସ ଜେନେରାଲ ମ୍ୟାନେଜର ରାଜେନ୍ଦ୍ର ମିଶ୍ର ପ୍ରଥମ ୩ ଗ୍ରାହକଙ୍କୁ କରିଜ୍ମା ଏକ୍ସଏମ୍‌ଆର୍‌ର ଚାବି ହସ୍ତାନ୍ତର କରିଥିଲେ।
ଉଲ୍ଲେଖଯୋଗ୍ୟ, ୨୧୦ ସିସିର ଏଲ୍‌ସି ଡିଓଏଚ୍‌ସି ଇଞ୍ଜିନ ସହ ଶିଳ୍ପର ପ୍ରଥମ ଧରଣର ସୁବିଧା ଉକ୍ତ ମଡେଲରେ ଉପଲବ୍ଧ ରହିଛି। ସେହିଭଳି ଅଲ ନ୍ୟୁ କରିଜ୍ମା ଏକ୍ସଏମ୍‌ଆର୍‌ରେ ଅନେକ ଆଧୁନିକ ବୈଶିଷ୍ଟ୍ୟ ସହ ୩ଟି ଆକର୍ଷଣୀୟ ଆଇକନିକ୍‌ ୟେଲୋ, ଟ୍ରୁବ୍‌ ରେଡ୍‌ ଏବଂ ମାଟେ ପାନ୍ଥମ ବ୍ଲାକ୍‌ କଲର (ରଙ୍ଗ)ରେ ଉକ୍ତ ମଡେଲ ଉପଲବ୍ଧ ହେଉଥିବାବେଳେ ଏହାର ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ମୂଲ୍ୟ) ୧,୭୨,୯୦୦ ଟଙ୍କା ରହିଛି।
ଏ ସମ୍ପର୍କରେ ରାଜେନ୍ଦ୍ର ମିଶ୍ର କହିଛନ୍ତି, କରିଜ୍ମା ଏକ୍ସଏମ୍‌ଆର୍‌ କେବଳ ମୋଟରସାଇକେଲ ନୁହେଁ,ଏହା ଏକ ନବସୃଜନ, ଡିଜାଇନ ଏବଂ କାର୍ଯ୍ୟଦକ୍ଷତାର ବଳିଷ୍ଠ ପ୍ରମାଣ। ଏହି ସୁପର ବାଇକ୍‌ର ଚାହିଦାକୁ ଦେଖି ଆମେ ଆନନ୍ଦିତ ଏବଂ ଏହା ମାନକକୁ ପୂର୍ଣ୍ଣ ନିର୍ଦ୍ଧାରଣ କରିବ ବୋଲି ଆମେ ବିଶ୍ୱାସ ରଖିଛୁ। ଗତ ୩ ମାସ ମଧ୍ୟରେ ବହୁସଂଖ୍ୟକ ପ୍ରି-ବୁକିଂ ସହ ଲଞ୍ଚ୍‌ ଇଭେଣ୍ଟ ମାସର ପ୍ରତୀକ୍ଷାର ଚୂଡାନ୍ତ ପ୍ରଦର୍ଶନ କରିଥିଲା। କରିଜ୍ମା ଏକ୍ସଏମ୍‌ଆର୍‌କୁ ନେଇ ରହିଥିବା ଉଚ୍ଚ ଆଶା ଏବଂ ଉତ୍ସାହକୁ ପ୍ରତିଫଳିତ କରି ଗ୍ରାହକଙ୍କ ପ୍ରତିକ୍ରିୟା ଅତ୍ୟଧିକ ମାତ୍ରାରେ ରହିଛି।

Share