ଜାମିନ ଆବେଦନ କଲେ ଖଗେଶ୍ୱର

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ମଙ୍ଗଳବାର ଜିଲା ଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଅନ୍ୟପଟେ, ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଙ୍ଗଳବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ଭିସି ଜରିଆରେ ହାଜର ହୋଇଛନ୍ତି। ଏଥିସହିତ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଖଗେଶ୍ୱରଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି ହୋଇଥିବା ବେଳେ କେବଳ ଖଗେଶ୍ୱର ହାଜର ହୋଇଥିଲେ। ହେଲେ ଶ୍ରଦ୍ଧାଞ୍ଜଳି ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ କୋର୍ଟରେ ହାଜର ହୋଇ ନ ଥିଲେ। ତେବେ କୋର୍ଟ ଶ୍ରଦ୍ଧାଞ୍ଜଳିଙ୍କୁ ଫେବୃୟାରୀ ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share