ଖଜୁରିପଡ଼ା ଥାନାଧିକାରୀ ସସ୍‌ପେଣ୍ଡ

ଫୁଲବାଣୀ ଅଫିସ,୫ା୧୦-କନ୍ଧମାଳ ଜିଲା ଖଜୁରିପଡା ଥାନାଧିକାରୀ ରମାକାନ୍ତ ପାତ୍ରଙ୍କୁ ଡିଜିପି ଅଭୟ ମଙ୍ଗଳବାର ସସ୍‌ପେଣ୍ଡ କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଥାନାଧିକାରୀ ପାତ୍ର ନିଜ କ୍ଷମତାର ଦୂରୁପଯୋଗ କରି ହାଟ କରିବାକୁ ଆସିଥିବା ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରଥିଲେ। ଏହା ପ୍ରତିବାଦରେ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକେ ଥାନାଧିକାରୀଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ତୁରନ୍ତ ତାଙ୍କ ବଦଳି ଦାବି ନେଇ ସୋମବାର ରାସ୍ତା ଅବରୋଧ କରିଥିଲେ। ଉକ୍ତ ଦିନ ରାତିରେ ଏସ୍‌ପି ଭିନୀତ ଅଗ୍ରଓ୍ବାଲଙ୍କ ନିର୍ଦ୍ଦେଶକ୍ରମେ ପାତ୍ରଙ୍କୁ ଖଜୁରିପଡ଼ା ଥାନାରୁ ହଟାଇ ଜିଲା ପୋଲିସ ମୁଖ୍ୟାଳୟ ନିଆଯାଇଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଡିଜିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share