ଇସଲାମାବାଦ,୨୮ ।୨: ଜମ୍ମୁ-କଶ୍ମୀରରେ ଅଲ-ବଦ୍ର ନାମକ ଆତଙ୍କବାଦୀ ସଙ୍ଗଠନର ପୂର୍ବତନ କମାଣ୍ଡର ଖାଲିଦ ରଜାଙ୍କର ପାକିସ୍ତାନର କରାଚିରେ ମୃତ୍ୟୁ ହୋଇଛି । ପାକିସ୍ତାନି ମିଡିଆର ସୂଚନା ଅନୁଯାୟୀ, ଅଜ୍ଞାତ ବ୍ୟକ୍ତି ରବିବାର ଖାଲିଦଙ୍କୁ ତାଙ୍କ ଘର ବାହାରେ ଗୁଳି କରିଦେଇଛନ୍ତି । ଏବେ ସେ ଫେଡେରେଶନ ଅଫ ପ୍ରାଇଭେଟ ସ୍କୁଲର ଉପାଧ୍ୟକ୍ଷ ଥିଲେ । ରିପୋର୍ଟ ଅନୁଯାୟୀ, ସେ କରାଚିରେ ରହି ମଧ୍ୟ ଆତଙ୍କବାଦୀ କାର୍ଯ୍ୟରେ ସାମିଲ ଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ପାକିସ୍ତାନରେ କଶ୍ମୀର ଆତଙ୍କବାଦୀଙ୍କ ହତ୍ୟାର ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ହିଜବୁଲ ଆତଙ୍କବାଦୀ ବସିର ପୀରଙ୍କୁ ରାୱଲପିଣ୍ଡିରେ ହତ୍ୟା କରାଯାଇଥିଲା ।