Categories: ଜାତୀୟ

ପଞ୍ଜାବରେ ବବ୍ବର ଖାଲସାର ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ଟାର୍ଗେଟରେ ବଡ ଅଧିକାରୀ

ଚଣ୍ଡିଗଡ଼,୧୯।୬: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନାଶନାଲ (ବିକେଆଇ)ଭାରତର ପଞ୍ଜାବରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି।ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି। ବିକେଆଇ ପାକିସ୍ତାନର ସହଯୋଗରେ ପଞ୍ଜାବରେ ବଡ ଧରଣର ଆକ୍ରମଣ ଯୋଜନା କରୁଛି। ଆତଙ୍କବାଦୀ ସଙ୍ଗଠନର ଟାର୍ଗେଟରେ ପଞ୍ଜାବର ସିନିୟର ପୋଲିସ ଅଧିକାରୀ ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ପଞ୍ଜାବର ଜଣେ ବଡ ଗ୍ୟାଙ୍ଗଷ୍ଟର ବି ରହିଛନ୍ତି।
ଗୁଇନ୍ଦା ଏଜେନ୍ସି ଆଲର୍ଟରେ କହିଛି କି ବିକେଆଇର ଆତଙ୍କବାଦୀ ପରମଜିତ ସିଂ ପମ୍ମା ଭାରତରେ ପାକିସ୍ତାନ ସାହାଯ୍ୟରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛନ୍ତି। ପମ୍ମା ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ ଏନଆଇଏ ତା’ଣ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ କରିଛି। ସୂଚନାନୁସାରେ, ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପମ୍ମାଙ୍କ ଟାର୍ଗେଟ ହେଉଛି ପଞ୍ଜାବର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଯିଏ ଏହି ଆତଙ୍କବାଦୀ ସଙ୍ଗଠନକୁ ଭାଙ୍ଗିବା ପାଇଁ ଅପରେଶନ ଆରମ୍ଭ କରିଛନ୍ତି। ଏଥି ସହିତ, ଧାର୍ମିକ ତଥା ସାମାଜିକ ନେତାମାନେ ମଧ୍ୟ ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ଉପରେ ଆକ୍ରମଣ ଯୋଜନା ହୋଇପାରେ।

Share