ନୂଆଦିଲ୍ଲୀ,୩୧।୧୨: ଗୋଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ସୁଖ ବିକରିଓ୍ବାଲଙ୍କୁ ଭାରତକୁ ଅଣାଯାଇପାରିଛି। ଗୁରୁବାର ତାଙ୍କୁ ଦୁବାଇରୁ ଭାରତକୁ ଅଣାଯାଇଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ନିର୍ଦ୍ଦେଶରେ ସେ ପଞ୍ଜାବରେ ଟାର୍ଗେଟ କିଲିଂ କରୁଥିବା ଅଭିଯୋଗ ହୋଇଛି। ଶୌର୍ଯ୍ୟ ଚକ୍ର ବିଜେତା ବଲବିନ୍ଦର ସାନ୍ଧୁଙ୍କ ହତ୍ୟାକାଣ୍ଡରେ ବିକରିଓ୍ବାଲଙ୍କର ହାତ ଥିଲା। ପଞ୍ଜାବରେ ହୋଇଥିବା ଜେଲ୍ ଭଙ୍ଗା ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ଦୁବାଇରେ ରହିବ ବିକରିଓ୍ବାଲ ଆଇଏସ୍ଆଇ ଏବଂ ଖଲିସ୍ତାନ ଆତଙ୍କବାଦୀଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରି ପଞ୍ଜାବରେ ଆପରାଧୀକ କାର୍ଯ୍ୟକଳାପ ଜାରି ରଖିଥିବା ଅଭିଯୋଗ ହୋଇଛି।