Categories: ଜାତୀୟ

ବିମାନବନ୍ଦରରୁ ଖାଲିସ୍ତାନ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୨୩।୧୨-ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ବୁଧବାର ଏନଆଇଏ ଜଣେ ଖାଲିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି। ସେ ହେଲା ଗୁରଜିତ ସିଂହ ନିଜ୍ଜର। ପୁଣେ ଖଲିସ୍ତାନୀ ମାମଲାରେ ଏନଆଇଏ ଗୁରଜିତକୁ ଗିରଫ କରିଛି।
ଏହାପୂର୍ବରୁ ସେ ସାଇପ୍ରସରେ ଲୁଚିଥିଲା। ପଞ୍ଜାବରେ ଖଲିସ୍ତାନୀ ଆତଙ୍କବାଦକୁ ଆଗକୁ ନେବା ପାଇଁ ଗୁରଜିତ ଚେଷ୍ଟା କରୁଥିଲା। ଏ ନେଇ ଏନଆଇଏ ୨୦୧୮ରେ ଏକ ମାମଲା ରୁଜୁ କରିଥିଲା।

Share