Categories: ଜାତୀୟ

ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ଲିଙ୍କ୍‌, କହିଲେ ମନ୍ତ୍ରୀ…

ଭୋପାଳ,୨।୮ : ପଶ୍ଚିମ ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ଲିଙ୍କ୍‌ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ନିଶ୍ଚିତ କରିଛନ୍ତି। ଇତିମଧ୍ୟରେ ରାଜ୍ୟର ଖରଗୋନ ଜିଲାରୁ ଖଲିସ୍ତାନ ସମର୍ଥକଙ୍କ ସହ ଯୋଗାଯୋଗରେ ଥିବା ଜଣେ ବନ୍ଧୁକଧାରୀ ଆସନ ସିଂ ସିକିଲଗାରଙ୍କୁ ଗିରଫ କରାଯାଇଛି।

ଗିରଫ ବନ୍ଧୁକଧାରୀଙ୍କ ସହଯୋଗୀଙ୍କୁ ଜାନୁଆରୀରେ ବୁରହାନପୁର ଜିଲା ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୨୧ ଟି ପିସ୍ତଲ ଜବତ ହୋଇଥିଲା। ତେବେ ପୋଲିସ ସେତେବେଳେ ଆସନ ସିଂଙ୍କୁ ଧରି ପାରି ନ ଥିଲେ।

ମଧ୍ୟପ୍ରଦେଶ ପୋଲିସ ଆଶା କରୁଛି ଯେ ଆସନ ସିଂଙ୍କୁ ପଚରାଉଚରା କରିବା ପରେ ବହୁତ କିଛି ତଥ୍ୟର ପର୍ଦ୍ଦାଫାଶ୍‌ ହୋଇ ପାରିବ ଏବଂ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ସହ ଥିବା ସମ୍ପର୍କରେ ଅଧିକ ଜଣାପଡ଼ିବ।

Share