ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅସ୍ତବ୍ୟସ୍ତ କଲେ ଖଲିସ୍ତାନୀ ବିକ୍ଷୋଭକାରୀ

ନ୍ୟୁୟର୍କ,୨୮ା୧୧: ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ତରନଜିତ୍‌ ସିଂ ସାନ୍ଧୁ ରବିବାର ଏକ ଗୁରୁଦ୍ୱାରାକୁ ଯାଇଥିବା ବେଳେ ସେଠାରେ ଦଳେ ଖଲିସ୍ତାନୀ ବିକ୍ଷୋଭକାରୀ ତାଙ୍କୁ ଅସ୍ତବ୍ୟସ୍ତ କରିଥିଲେ। ଗୁରୁପରବ ଅବସରରେ ସାନ୍ଧୁ ଲଙ୍ଗ୍‌ ଆଇଲାଣ୍ଡରେ ଥିବା ହିକ୍‌ସଭିଲେ ଗୁରୁଦ୍ୱାରାକୁ ଯାଇଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ତାଙ୍କୁ ଘେରିଯାଇ ଚିତ୍କାର କରିଥିଲେ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ପାଇଁ ସେମାନେ ସାନ୍ଧୁଙ୍କୁ ଦାୟୀ କରିବା ସହ ଅନ୍ୟତମ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଥିଲେ। ସାନ୍ଧୁ ଏବଂ ଖଲିସ୍ତାନୀ ବିକ୍ଷୋଭକାରୀଙ୍କ ମଧ୍ୟରେ ବଚସାର ଭିଡିଓ ଭାଇରାଲ ହୋଇଛି। ନିଜ୍ଜର ହତ୍ୟାକାଣ୍ଡ ଉପରେ କାହିଁକି ଜବାବ ଦେଉନାହଁ ବୋଲି କେତେଜଣ ପ୍ରଶ୍ନ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି।

Share