Categories: ଜାତୀୟ

ଦିଲ୍ଲୀର ଫ୍ଲାଏଓଭର, ଆଇଏସବିଟିରେ ଭାରତ ବିରୋଧି ସ୍ଲୋଗାନ ଲେଖିଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସୋସିଆଲ ମିଡିଆରେ କଲେ ଭିଡିଓ ଜାରି

ନୂଆଦିଲ୍ଲୀ,୨୮।୯: ଖଲିସ୍ତାନ ଆଙ୍କବାଦୀ ନିଜ୍ଜରକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ ଫର ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ କ୍ରମାଗତ ଭାବରେ ଭାରତ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏହା ପରେ ପନ୍ନୁଙ୍କ ଭାରତ ବିରୋଧୀ କାର୍ଯ୍ୟଳାପ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି। ସେ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ଫ୍ଲାଏଓଭର କାନ୍ଥରେ ଏବଂ ଦିଲ୍ଲୀର ଆଇଏସବିଟି ଅଞ୍ଚଳରେ ଭାରତ ବିରୋଧି ସ୍ଲୋଗାନ ଲେଖିଛନ୍ତି।

ଉତ୍ତର ଦିଲ୍ଲୀ ଅଞ୍ଚଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉତ୍ତର ପୂର୍ବ ଦିଲ୍ଲୀରୁ ଉତ୍ତର ଦିଲ୍ଲୀକୁ ସଂଯୋଗ କରୁଥିବା ଫ୍ଲାଏଓଭରରେ ‘ଆଣ୍ଟି ଇଣ୍ଡିଆ ସ୍ଲୋଗାନ’ ଲେଖାଯାଇଛି। ଏନେଇ ଆମେ ଏକ ଏଫଆଇଆର ରୁଜୁ କରିଛୁ ଏବଂ ଏହାର ତଦନ୍ତ କରୁଛୁ। ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ମଧ୍ୟ ଏ ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି।
ଏହାପୂର୍ବରୁ ପନ୍ନୁ ଚଳିତ ବର୍ଷର ସ୍ବାଧୀନତା ଦିବସ ଓ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଉଭୟ ମାମଲା ସ୍ପେଶାଲ ସେଲ ଦ୍ୱାରା ପର୍ଦ୍ଦାଫାଶ ହୋଇଥିଲା ଏବଂ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Share