ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା…

ଅଟଓ୍ବା,୧୯।୬ : କାନାଡାରେ ରହୁଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କୁ ଗୁରୁଦ୍ୱାରାରେ ହତ୍ୟା କରାଯାଇଛି। ବ୍ରିଟିଶ କଲମ୍ବିଆ ପ୍ରଦେଶର ପଞ୍ଜାବୀ ପ୍ରାଧାନ୍ୟରେ ଥିବା ସୁରେ ସହରର ଗୁରୁ ନାନକ ଶିଖ ଗୁରୁଦ୍ୱାରାରେ ତାଙ୍କୁ ଗୁଳି କରାଯାଇଛି। ସେ ଏହି ଗୁରୁ ନାନକ ଶିଖ ଗୁରୁଦ୍ୱାରାର ସଭାପତି ଥିଲେ।

ନିଜ୍ଜାର ବିଚ୍ଛିନ୍ନତାବାଦୀ ସଂଗଠନ, ଶିଖ ଫର ଜଷ୍ଟିସ (ଏସଏଫଜି) ର ଜଣେ ସକ୍ରିୟ ସଦସ୍ୟ ଥିଲେ। ଭାରତର ଏନଆଇଏ ତାଙ୍କୁ ପଳାତକ ଘୋଷିତ କରିଥିଲା। ସେ ବ୍ରମ୍ପଟନ ସହରରେ ଖାଲିସ୍ତାନ ଉପନିର୍ବାଚନ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ନିଜ୍ଜାର ବିରୋଧରେ ଏକ ଚାର୍ଜଶିଟ ଦାଖଲ କରିଥିଲା।

ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାରତ କାନାଡା କର୍ତ୍ତୃପକ୍ଷଙ୍କୁ ନିଜ୍ଜାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

Share