Categories: ଜାତୀୟ

ଭାରତକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନଙ୍କ ଧମକ

ନୂଆଦିଲ୍ଲୀ,୧୧ା୧୦: ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନ୍‌ ଅନ୍‌ଲାଇନରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି। ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧରୁ ଶିକ୍ଷାଲାଭ କର, ନଚେତ୍‌ ଭାରତକୁ ସମାନ ପ୍ରତିକ୍ରିୟା ଅପେକ୍ଷା କରିଛି ବୋଲି ସେ କହିଛନ୍ତି। ଆମେରିକାରେ ବେଆଇନ ଶିଖ୍‌ସ ଫର୍‌ ଜଷ୍ଟିସ ସଂଗଠନର ମୁଖ୍ୟ ପନ୍ନୁନ୍‌ କହିଛନ୍ତି, ପଞ୍ଜାବରୁ ପାଲେଷ୍ଟାଇନ୍‌ ଆଧିପତ୍ୟ କରିଥିବା ଲୋକେ ପ୍ରତିକ୍ରିୟା ପ୍ରକାଶ କରିବେ ଏବଂ ହିଂସାର ଫଳ ହିଂସା ହେବ। ଭାରତ ଯଦି ପଞ୍ଜାବକୁ ଅକ୍ତିଆର କରିରଖେ, ତେବେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେବ, ପ୍ରଧାନମନ୍ତ୍ରୀ ମୋଦି ସେଥିପାଇଁ ଦାୟୀ ରହିବେ ବୋଲି ପନ୍ନୁନ କହିଛନ୍ତି।

Share