ଖାଲିସ୍ତାନୀଙ୍କ ‘କିଲ ଇଣ୍ଡିଆ’ ରାଲି ପୂର୍ବରୁ କାନାଡାରେ ଲାଗିଲା ପୋଷ୍ଟର

ଓଟଓ୍ବା,୮।୭: ବ୍ରିଟେନ, ଆମେରିକା ଏବଂ କାନାଡାର ବିଭିନ୍ନ ସହରରେ ଖାଲିସ୍ତାନ ସମର୍ଥକମାନେ ଭାରତ ବିରୋଧରେ ରାଲିର ଆୟୋଜନ କରୁଛନ୍ତି। ‘କିଲ ଇଣ୍ଡିଆ’ ବ୍ୟାନରରେ ରାଲିର ଆୟୋଜନ କରାଯାଉଛି, ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ନାମରେ ଆୟୋଜିତ ଏହି ସମାବେଶର ଉଦ୍ଦେଶ୍ୟ ହେଉଛି ଖାଲିସ୍ତାନୀ ପ୍ରଚାରକୁ ପାଣ୍ଠି ଯୋଗାଇବା ଏବଂ ଶିଖ ଯୁବକମାନଙ୍କୁ ଆକର୍ଷିତ କରିବା।

ଟରୋଣ୍ଟୋରେ ଶିଖ ବିଚ୍ଛିନ୍ନତାବାଦୀମାନେ ପୋଷ୍ଟର ଜାରି କରିଛନ୍ତି ଯେଉଁଥିରେ ଭାରତୀୟ କୂଟନୀତିଜ୍ଞଙ୍କ ଫଟୋ ରହିଛି ଏବଂ ଏହାକୁ ନିଜ୍ଜରଙ୍କ ହତ୍ୟାକାରୀ ବୋଲି ବର୍ଣ୍ଣନା କରାଯାଇଛି। ଏହି ବୃହତ ପ୍ରଦର୍ଶନ ଏବଂ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆମେରିକା ଏବଂ ବ୍ରିଟେନରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଇଛି।

Share