ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନୀଙ୍କ ବିକ୍ଷୋଭ

ଲଣ୍ଡନ,୩ା୧୦: ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ଗୁରୁଦ୍ୱାରାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦିଆ ନ ଯିବାର ଦୁଇଦିନ ପରେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେଠାରେ ବହୁସଂଖ୍ୟାରେ ବ୍ରିଟିଶ୍‌ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ ଏବଂ ଉକ୍ତ ରାସ୍ତାରେ କଟକଣା ଜାରି ହୋଇଥିଲା। ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀଙ୍କୁ ଗୁରୁଦ୍ୱାରାରେ ପ୍ରବେଶ କରାଇ ଦେଇ ନ ଥିବା ଖଲିସ୍ତାନୀ ସମର୍ଥକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ବ୍ରିଟିଶ ସହକାରଙ୍କ ନିକଟରେ ଦାବି କରିଥିଲା। ଦୋରାଇସ୍ବାମୀଙ୍କୁ ଗୁରୁଦ୍ୱାରରେ ପ୍ରବେଶ କରାଇ ନ ଦେବାକୁ ସମ୍ପୃକ୍ତ ଗୁରୁଦ୍ୱାରା ପକ୍ଷରୁ ନିନ୍ଦା କରାଯାଇଛି।

Share