Posted inଜାତୀୟ

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ବିହାରର ଏହି ନାଁକରା ଶିକ୍ଷକ ଖାନ ସାର୍‌ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସିଏମ ହାଉସରେ ଭେଟିଛନ୍ତି, ଯାହା ପରେ ଖାନ ସାର୍‌ ଆଗାମୀ ସମୟରେ ରାଜନୀତିରେ ପାଦ ଦେବେ ବୋଲି ଆଲୋଚନା ହେବା ସହ ଅନେକ ପ୍ରଶ୍ନ ମଧ୍ୟ ଉଙ୍କିମାରିଛି।

ସୂଚନାଯୋଗ୍ୟ, ଏହି ବୈଠକ ସମୟରେ ବିହାର ଗ୍ରାମ୍ୟ ବ୍ୟାପାର ମନ୍ତ୍ରୀ ଅଶୋକ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ, ଯେଉଁଥିପାଇଁ ଆଲୋଚନା ତୀବ୍ର ହୋଇଛି। କିନ୍ତୁ, ଖବର ମୁତାବକ, ଏହି ବୈଠକରେ ଖାନ ସାର୍‌ କେବଳ ନୀତୀଶ ସରକାରଙ୍କ ଶିକ୍ଷାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବରଂ ଇନ୍ସପେକ୍ଟର ଏବଂ ଶିକ୍ଷକ ପରୀକ୍ଷାରେ ସରକାର ଗ୍ରହଣ କରିଥିବା ଉନ୍ନତ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ ଅନ୍ୟ କିଛି ପ୍ରସ୍ତାବ ମଧ୍ୟ ଦିଆଯାଇଛି।

ବର୍ତ୍ତମାନ ଏଭଳି ପରିସ୍ଥିତିରେ ଖାନ ସାର୍‌ଙ୍କ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ପରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା ମଧ୍ୟ ତୀବ୍ର ହୋଇଛି। ରାଜନୈତିକ ସର୍କଲରେ ଏକ ଆଲୋଚନା ହେଉଛି କି ଖାନ ସାର୍‌ ଜେଡିୟୁ ଟିକେଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି କି? ଏହି ସାକ୍ଷାତ ପରେ ସେ କହିଛନ୍ତି ଯେ ବର୍ତ୍ତମାନ ରାଜନୀତିରେ ଯୋଗଦେବା ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ସେ ତାଙ୍କର କାମ କରୁଛନ୍ତି। କିନ୍ତୁ, ଭଲ ଲୋକମାନେ ରାଜନୀତିରେ ଆସିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ବଡ ଆକ୍ସନ

ନୂଆଦିଲ୍ଲୀ,୨୫।୧୦: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ...

ଦୀପାବଳି ପୂର୍ବରୁ ମୋଦି ସରକାର ଦେଲେ ବଡ଼ ଉପହାର, ଘୋଷଣା କଲେ…

ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପୂର୍ବରୁ ମୋଦି ସରକାର ଉଦ୍ୟୋଗୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଡବଲ ଋଣ ପାଇବେ।...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡ ଆଗୁଆ

ପୁଣେ,୨୫।୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଚାଲିଛି। ଟସ ଜିତିବା...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

ଭାଜପା ନେତାଙ୍କ ସ୍କୁଲ ବସ୍‌ ଉପରକୁ ଗୁଳିମାଡ଼: ଡରିକି ଛାନିଆ ୨୮ ଛାଛ୍ରୀଛାତ୍ର

ଲକ୍ଷ୍ନୌ,୨୫।୧୦: ଉତ୍ତର ପ୍ରଦେଶର ଗଜରୌଲାରେ ଭାଜପା ଜିଲା ଉପାଧ୍ୟକ୍ଷ ତଥା ବ୍ଲକ ମୁଖ୍ୟ ମୀନାକ୍ଷୀ ଚୌଧୁରୀଙ୍କ ସ୍ବାମୀ ଚୌଧୁରୀ ବିରେନ୍ଦ୍ର ସିଂଙ୍କ ସ୍କୁଲ ବସ୍ରେ ତିନିଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri