
ଖଣ୍ଡପଡା,୨୯।୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବାର ଆସୋସିଏଶନ୍ର 2025-2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଶନିବାର ବାର ଆସୋସିଏଶନ୍ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାର ଆସୋସିଏଶନ୍ର ସଭାପତି ଭାବେ ତୃତୀୟ ଥର ପାଇଁ ବରିଷ୍ଠ ଆଇନ୍ଜୀବି ସଂଗ୍ରାମ କେଶରୀ ମିଶ୍ର ଓ ସମ୍ପାଦକ ଭାବେ ବିକ୍ରମ କେଶରୀ ଦେଓଙ୍କୁ ଚୟନ କରାଯାଇଥିବା ଜଣାପଡିଛି ା ସେହିପରି ଉପସଭାପତି ଭାବେ ଗିରିଜା ପ୍ରସାଦ ମିଶ୍ର, ସହ ସମ୍ପାଦକ ସିଦ୍ଧାର୍ଥ ଶଂକର ରାୟ, କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର ଓ ପରିଚାଳନା କମିଟି(ଏକଜିକୁଟିଭ ମେମ୍ବର) ସଦସ୍ୟ ଭାବେ ଧନେଶ୍ୱର ମହାନ୍ତି ଓ ବିକ୍ରମ ସାହୁ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି।
ରାଜ୍ୟ ଅଧିବକ୍ତା ପରିଷଦ ଦ୍ୱାରା ନିଯୁକ୍ତ ନିର୍ବାଚନ ଅଧିକାରୀ ଭାବେ ବାବୁଲି ଚରଣ ସାହୁ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ ା ସମସ୍ତ ନୂତନ କର୍ମକର୍ତ୍ତାମାନଙ୍କୁ ଖଣ୍ଡପଡା ଓକିଲ ସଂଘର ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ା ଆସନ୍ତା ଏପ୍ରିଲ 2025ରୁ ମାର୍ଚ୍ଚ 2026 ପର୍ଯ୍ୟନ୍ତ ଗୋଟିଏ ବର୍ଷ ପାଇଁ ଓକିଲ ସଂଘର ନୂତନ କର୍ମକର୍ତ୍ତାଚୟନ କରାଯାଇଥିବା ଜଣା ଯାଇଛି ା