Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପୁନାସା ନିକଟ ସନାଓ୍ବଡ ମାର୍ଗର ଦୈଲତପୁର ଫାଟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତ ୫ ଜଣ ଯୁବକ କସରୱଡ ତହସିଲର ବାସିନ୍ଦା। ବ୍ୟବସାୟିକ କାର୍ଯ୍ୟ ପାଇଁ ଗୁରୁବାର ପୁନାସା ଆସିଥିଲେ। ରାତିରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Share