ମିଳିମିଶି ଚାଲିଛି ଖଣି ଲୁଟ୍‌

ନୟାଗଡ଼ ଅଫିସ,୧୩।୮(ଲୋକନାଥ ମିଶ୍ର)କୋମଣ୍ଡରେ ଖଣିଚୋର ଏକାଠି ହୋଇ ରାଜ୍‌ କରୁଛନ୍ତି । ରାତିରେ ପ୍ରାୟ ୮ ଘଣ୍ଟା କାମ କରି ଖଣିଚୋରମାନେ ମାସକରେ ୧କୋଟି ଟଙ୍କା ରୋଜଗାର କରି ପାରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାରଙ୍କୁ ରାଜସ୍ବ ଦେଉ ନ ଥିଲେ ମଧ୍ୟ ଏମାନଙ୍କ ଖଣି ଉପରେ ଚଢ଼ାଉ, ଧରପଗଡ଼ ନ ହେବା ପ୍ରଶାସନର ସ୍ବଚ୍ଛତାକୁ ପଦାରେ ପକାଇଛି। ଅନ୍ୟପକ୍ଷେ ଖଣିଚୋରମାନେ ନିଜର ବେଆଇନ ସାମ୍ରାଜ୍ୟକୁ ବଢ଼ାଇ ଚାଲିଛନ୍ତି ।
ନୟାଗଡ଼ ଜିଲା ଓଡ଼ଗଁା ତହସିଲ କୋମଣ୍ଡ ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟ ଅଧୀନରେ କୋମଣ୍ଡରେ ଚାଲିଛି ୧୫ରୁ ଊର୍ଦ୍ଧ୍ୱ ଖଣି । ୩ମାସ ହେଲା ବେଆଇନ ଭାବେ ମାଙ୍କଡା ପଥର ଖଣି ଓ ମୋରମ ଖଣି ଖନନ ଅବାଧରେ ଚାଲିଛି। ବେଆଇନ ଖଣି ଖନନ ଘଟଣାରେ ଗତ ଜାନୁୟାରୀ ୩ରେ କୋମଣ୍ଡ ତତ୍କାଳୀନ କୋମଣ୍ଡ ଆରଆଇ ସୁଧିର କୁମାର ପରିଡ଼ ନିଲମ୍ବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ । ଆରଇଙ୍କ ନିିଲମ୍ବନ ଓ ତହସିଲଦାରଙ୍କ ବଦଳି ଏଠାରେ କିଛି ଫରକ ପଡିନି। ବେଆଇନ ପଥର ଖଣି ଖନନକୁ ରୋକାଯାଉ ନ ଥିବାରୁ ସରକାର ରାଜସ୍ବ ହରାଇ ଚାଲିଛନ୍ତି ।
ପ୍ରକାଶ ଯେ, କୋମଣ୍ଡ ମାଙ୍କଡା ପଥର ଓ ମୋରମ ଖଣି ବେଆଇନ ଭାବେ ଚାଲିଥିଲା । ବାରମ୍ବାର ଅଭିଯୋଗ ପରେ କିଛି ଫରକ ପଡୁ ନ ଥିଲା । ତେବେ ଗତ ଡିସେମ୍ବର ଓ ଜାନୁୟାରୀରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ପରେ ନୟାଗଡ଼ ଜିଲାପାଳ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଅନିୟମିତତା ସାମ୍‌ନାକୁ ଆସିଥିଲା । ଗତ ଜାନୁୟାରୀ ୩ରେ ଜିଲାପାଳ ଆରଆଇଙ୍କୁ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଉପଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ଭିତ୍ତି କରି ଜିଲାପାଳ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରାଇଥିଲେ । କିଛି ଦିନ ପରେ ଓଡ଼ଗଁାର ତତ୍‌କାଳୀନ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ । ତେବେ ତହସିଲଦାରଙ୍କୁ କେବଳ ବଦଳି କରିଦେବା ପରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସେ ସମୟରେ ବେଆଇନ ଖଣିକୁ ଚଳାଇବା ପାଇଁ ତହସିଲଦାର, ଆରଆଇ, ରାଜନେତା, ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କେତେଜଣ ଗଣମାଧ୍ୟମ ପ୍ରତିନିଧି ଲାଞ୍ଚ ନେଇଥିବାର ଅଭିଯୋଗ ଥିଲା । ପଥରଚୋରମାନେ ଜଣେ ଖବରଦାତାଙ୍କ ଜରିଆରେ ଲାଞ୍ଚ ଟଙ୍କା ଦେଉଥିବାର ଚର୍ଚ୍ଚା ହୋଇଥିଲା । ଏବେ ପୁଣି ଲାଞ୍ଚ କାରବାର ପୁରୁଣା ଢ଼ାଞ୍ଚାକୁ ଫେରିଛିି ବୋଲି ଅଭିଯୋଗ ଉଠିଛି । ଏନେଇ ଜଣେ ପଥର ବ୍ୟବସାୟୀ କହିଛନ୍ତି, ଆରଆଇଙ୍କ ନିଲମ୍ବନ ଓ ତହସିଲଦାରଙ୍କ ବଦଳି ପରେ ଟେନଶନ ବଢ଼ି ଯାଇଥିଲା । କିଛି ଦିନ ଖଣି କାମ ବନ୍ଦ ରହିଥିଲା । ପରେ ଭାଇଙ୍କ ପ୍ରତ୍ୟକ୍ଷ ଆଶିର୍ବାଦ ମିଳିଲା । ଖଣିଖନନ ଦିନବେଳା ନୁହେଁ ରାତିରେ କରିବାକୁ ମୌଖିକ ନିର୍ଦ୍ଦେଶ ମିଳଥିଲା। ଆମେ ଭାଇଙ୍କ କଥା ମାନି ୩ ମାସ ହେଲା ରାତିରେ ଖଣି ଖନନ କରୁଛୁ। ପ୍ରଶାସନିକସ୍ତରରେ ଓ ଗଣମାଧ୍ୟମର ସହଯୋଗ ମିଳୁଛି। ଆମକୁ ଯେପରି ସହଯୋଗ ମିଳୁଛି ଆମେ ସେପରି ସେମାନଙ୍କ କଥା ବୁଝିବାକୁ ପଡୁଛି । ଅନ୍ୟପକ୍ଷେ ଆମେ ସରକାରୀ ଜମିରେ ଖଣି ଖନନ କରୁନି । କିଛି ବ୍ୟକ୍ତିଗତ ଜମିରୁ ଖଣି ଖନନ କରୁଛୁ। ଏଣୁ ଆମକୁ ଅଯଥାରେ ହଇରାଣ କରନ୍ତୁ ନାହିଁ । ଆମେତ ପୁଣି ବଞ୍ଚିବୁ । ଏହି ଖଣିରୁ ପଥର ଚୋର, ଶ୍ରମିକ, ଅନେକ ଲୋକ ଉପକୃତ ହେଉଛନ୍ତି । ଦେଶରେ କେତେ କ’ଣ ହେଉଛି, ପଥର ଖଣି ଉପରୁ ନଜର ଛାଡିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri