ଏକାଠି ହେବେ ୩ ରାଜ୍ୟର ଖାପ ନେତା, ଧାରଣାରେ ବସିଥିବା ରେସଲରଙ୍କ ପାଇଁ ଗଠନ କରିବେ କମିଟି

ଚଣ୍ଡିଗଡ଼,୨୧।୫: ଚୌବିସି ସର୍ଭ ଖାପ ପଞ୍ଚାୟତର ପ୍ରଧାନ ମେହର ସିଂ ନମ୍ବରଦାରଙ୍କ ଆହ୍ବାନରେ ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଖାପ ପ୍ରତିନିଧି ରବିବାର ମେହମର ଐତିହାସିକ ଚୌବିସି ଚବୁତରାରେ ପହଞ୍ଚିବେ। ଏମାନଙ୍କ ସଂଖ୍ୟା ପ୍ରାୟ ୧୫୦୦ ହୋଇପାରେ। ଜନ୍ତର ମନ୍ତରରେ ଧାରଣରେ ବସିଥିବା ରେସଲରଙ୍କ ସମର୍ଥନରେ ଏଠାରେ ଏକ ବଡ ବୈଠକ ହେବ। ବୈଠକରେ ଯେଉଁ ଖାପ ପ୍ରତିନିଧିମାନେ ପହଞ୍ଚିଥିବେ ସେମାନଙ୍କ ମଧ୍ୟରୁ ବାଛି ଏକ କମିଟି ଗଠନ କରାଯିବ। କମିଟିରେ ପ୍ରାୟ ୩୧ ଜଣ ସଦସ୍ୟ ରହିବେ ଓ ଏମାନେ ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ମାନିବେ। ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରମାନେ ବି ଏହାକୁ ମାନିବେ।
ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ଖାପ ପ୍ରତିନିଧିମାନେ ଏଠାରେ ପହଞ୍ଚିବା ଜାରି ରଖିଛନ୍ତି। ରାଜସ୍ଥାନର ଅଖିଲ ଭାରତୀୟ ପୁନିଆ ମହାପଞ୍ଚାୟତର ରାଜ୍ୟ ସଭାପତି କହିଛନ୍ତି ଯେ ଜନ୍ତର ମନ୍ତରରେ ବସିଥିବା ରେସଲରମାନଙ୍କ ବିଷୟରେ ଆଜି ଏକ ନିଷ୍ପତ୍ତି ନେବାକୁ ପଡ଼ିବ। ସେ କହିଛନ୍ତି ଯେ କୁସ୍ତିଯୋଦ୍ଧାମାନେ ଜନ୍ତର ମନ୍ତରରେ ବସିଛନ୍ତି କିନ୍ତୁ ମୋଦି ସରକାର ଗୋଟିଏ ବି ଶବ୍ଦ କହି ନାହାଁନ୍ତି।