ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଖାରବେଳ, କଲେ ଘୋଷଣା

ଭୁବନେଶ୍ୱର,୩।୫: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ। ବାଲେଶ୍ୱରରୁ ଭାଜପା ଟିକେଟ୍‌ ପାଇଁ ଖାରବେଳ ଆଶାୟୀ ଥିଲେ। ହେଲେ ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି। ଯାହାକୁ ନେଇ ସେ ଅସନ୍ତୋଷ ଥିଲେ।

ଏ ନେଇ ଖାରବେଳ ପୂର୍ବରୁ ମଧ୍ୟ ଏକ ଖବରଦାତା ସମ୍ମିଳନୀରେ କହିଥିଲେ, ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଏବଂ ନିର୍ବାଚନରେ ବିଜୟୀ ହେଲେ ଭାଜପାରେ ଯୋଗଦେବେ।