ନୂଆଦିଲ୍ଲୀ,୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସେପ୍ଟେମ୍ବର ୫ ତାରିଖରେ ଇଣ୍ଡିଆ ମେଣ୍ଟ ସହଯୋଗୀ ଦଳଗୁଡ଼ିକର ଏମ୍ପିମାନଙ୍କ ବୈଠକ ଡାକିଛନ୍ତି। ଖାର୍ଗେଙ୍କ ରାଜାଜୀ ମାର୍ଗ ବାସଭବନରେ ଏହି ବୈଠକ ବସିବା ନେଇ ସ୍ଥିର ହୋଇଛି।
ସେପ୍ଟେମ୍ବର ୧୮ରୁ ୨୨ ସ୍ବତନ୍ତ୍ର ଅଧିବେଶନ ପାଇଁ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ରଣନୀତି ସମ୍ପର୍କରେ ଉକ୍ତ ବୈଠକରେ ନିଷ୍ପତ୍ତି ନେବେ। ତେବେ ଅଧିବେଶନରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିରୋଧୀ ଦଳଗୁଡ଼ିକ ପରସ୍ପର ଏକାଠି କାମ କରି ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।