Categories: ଜାତୀୟ

ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୧୯ା୬: କେନ୍ଦ୍ର ସରକାର ଭାରତୀୟ ରେଲଓ୍ବେକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଏଥିଯୋଗୁ ଦେଶରେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟୁଥିବା ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। କାଞ୍ଚନଜଙ୍ଗା ଟ୍ରେନ୍‌ ଦୁର୍ଘଟଣ ସ୍ଥଳକୁ ଅଶ୍ୱିନୀ ଏକ ବାଇକ୍‌ ପଛପଟେ ବସି ପହଞ୍ଚତ୍ବା ନେଇ ମଧ୍ୟ ବିରୋଧୀ ଦଳଗୁଡ଼ିକର ନେତାମାନେ ସମାଲୋଚନା କରିଛନ୍ତି। ଅଶ୍ୱିନୀ ରେଳମନ୍ତ୍ରୀ ନୁହନ୍ତି, ବରଂ ‘ରିଲ୍‌ ମନ୍ତ୍ରୀ’। ମୋଦି ସରକାରଙ୍କ ଆପରାଧିକ ଅବହେଳା ଯୋଗୁ ରେଲଓ୍ବେ ସ୍ଥାଣୁ ଅବସ୍ଥାକୁ ଚାଲିଆସିଥିବା ସେମାନେ କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କହିଛନ୍ତି, ଯେତେବେଳେ ଏକ ଟ୍ରେନ୍‌ ଦୁର୍ଘଟଣା ଘଟେ,ମୋଦି ସରକାରଙ୍କ ରେଳମନ୍ତ୍ରୀ କ୍ୟାମେରା ସାମ୍ନାରେ ଘଟଣାସ୍ଥଳରେ ପହଞ୍ଚତ୍ଥାନ୍ତି ଏବଂ ସବୁକିଛି ଠିକ୍‌ଠାକ୍‌ ଥିବା ଭଳି ବ୍ୟବହାର କରିଥାନ୍ତି। ମୋଦିଜୀ ଏହି ଦୁର୍ଘଟଣା ପାଇଁ କାହାକୁ ଦାୟୀ କରାଯିବ? ରେଳମନ୍ତ୍ରୀ ନା ଆପଣଙ୍କୁ ?
ଏହି ଅବସରରେ ଖାର୍ଗେ ୭ଟି ପ୍ରଶ୍ନ କରିଛନ୍ତି। ସେଗୁଡ଼ିକ ହେଲା ରେଳ ମନ୍ତ୍ରଣାଳୟରେ ୩ ଲକ୍ଷ ପଦବୀ କାହିଁକି ଖାଲି ପଡ଼ିଛି? ୧୦ ବର୍ଷ ହେଲା ସେଗୁଡ଼ିକୁ କାହିଁକି ପୂରଣ କରାଯାଉନାହିଁ ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି।

Share