ନୂଆଦିଲ୍ଲୀ,୧୧ା୯: ଜି୨୦ ସମିଟ୍ ଶେଷ ହୋଇଛି। ଏବେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକଙ୍କ ବାସ୍ତବ ପ୍ରସଙ୍ଗରେ ଧ୍ୟାନ ଦେବା ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମନେ ପକାଇଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ୟକୁ ଲୁଚାଇବା ପାଇଁ ଜୋର୍ଦାର ଉଦ୍ୟମ ଚଳାଇଛନ୍ତି। ହେଲେ ଜନସାଧାରଣ ଏହାଠାରୁ ଦୂରେଇ ନ ଯାଇ ଏହା ଜାଣିବାକୁ ଚାହାନ୍ତି ବୋଲି କଂଗ୍ରେସ ନେତା ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।