Categories: ଜାତୀୟ

ଖାର୍ଗେଙ୍କ ପୁଅଙ୍କୁ ମନ୍ତ୍ରୀ, ଶିବକୁମାରଙ୍କୁ ଦୁଇ ଦୁଇଟି ପଦ: କର୍ନାଟକରେ ଭାଙ୍ଗୁଛି କଂଗ୍ରେସର ସଂକଳ୍ପ

ବେଙ୍ଗାଲୁରୁ,୨୦।୪: କର୍ନାଟକରେ ଆରମ୍ଭ ହେଲା କଂଗ୍ରେସ ସରକାର। ସିଦ୍ଦାରାମାୟା ଏବଂ ଡି.କେ ଶିବକୁମାରଙ୍କ ବ୍ୟତୀତ ୮ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ତେବେ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ମନ୍ତ୍ରୀ ପଦ ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କାଙ୍କ ନାଁ ମଧ୍ୟ ସାମିଲ ରହିଛି। ନୂଆ ସରକାର ଗଠନ ହେବା ପୂର୍ବରୁ କଂଗ୍ରେସ ତା’ର ସଂକଳ୍ପ ଭାଙ୍ଗିଛି। ଦଳ ପୁଣି ପରିବାରବାଦ ଅଭିଯୋଗ ସାମ୍ନା କରିବାକୁ ଯାଉଛି।

ସୂଚନାନୁସାରେ, ଉଦୟପୁର ନବ ସଂକଳ୍ପ କାର୍ଯ୍ୟକ୍ରମରେ କଂଗ୍ରେସ ନିଜ ଦଳରେ ନୂଆ ନିୟମ ଲାଗୁ କରିବା ନେଇ ଘୋଷଣା କରିଥିଲା। ସେତେବେଳେ କୁହାଯାଇଥିଲା ଯେ, ଦଳରେ ଜଣେ ବ୍ୟକ୍ତଙ୍କୁ ଗୋଟିଏ ପଦ ଦିଆଯିବ ଏବଂ ଗୋଟିଏ ପରିବାରକୁ ଗୋଟିଏ ହିଁ ଟିକେଟ୍‌ ମିଳିବ। ହେଲେ ଏହି ନିୟମରୁ ଓହରି ଦଳର ବଡ଼ ନେତାଙ୍କ ପୁଅଙ୍କୁ ୫ବର୍ଷ ପାଇଁ ଟିକେଟ୍‌ ଦେଇ ଶାସନ ଭାର ସମ୍ଭାଳିବାର ଦାୟିତ୍ୱ ଦେଇଛି।

ସେହିଭଳି କଂଗ୍ରେସ ଶିବକୁମାରଙ୍କୁ କର୍ନାଟକ ଉପ-ମୁଖ୍ୟମନ୍ତ୍ରୀ ପଦ ଦେବା ସହ ପ୍ରଦେଶ ଅଧ୍ୟକ୍ଷ ପଦ ମଧ୍ୟ ପୁଣିଥରେ ସମ୍ଭାଳିବାକୁ ଦାୟତ୍ୱ ଦେଇଛି। ସୂଚନାଥାଉ କି, ଯେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା, ସେତେବେଳେ ଅଶୋକ ଗେହଲଟଙ୍କ ନାଁ ସାମ୍ନାକୁ ଆସିଥିଲା ତେବେ ତାଙ୍କୁ ଗୋଟିଏ ସମୟରେ ଦୁଇଟି ପଦରେ ଦିଆଯାଇପାରିବ ନାହିଁ କହି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହାଯାଇଥିଳା। ହେଲେ ଗେହଲଟ ଏହି ପ୍ରସ୍ତାବକୁ ଅସ୍ବୀକାର କରିଥିଲେ ଏବଂ ସେ ଅଧ୍ୟକ୍ଷ ପଦ ରେସ୍‌ରୁ ବାହାରିଥିଲେ। ସେତେବେଳେ କଂଗ୍ରେସ ନିଜର ସଂକଳ୍ପକୁ କାଏମ ରଖିଥିଲା। କିନ୍ତୁ କର୍ନାଟକ କ୍ଷେତ୍ରରେ କଂଗ୍ରେସ ଏହି ସଂକଳ୍ପକୁ ଉଲ୍ଲଘଂନ କରିଛି।

Share