ବର୍ଷାଭାବରୁ ଖରିଫ ଧାନ ଚାଷ କାର୍ଯ୍ୟ ବ୍ୟାହତ

ବ୍ରହ୍ମପୁର ଅଫିସ,୬ା୮: କୃଷି ବହୁଳ ଗଞ୍ଜାମ ଜିଲାରେ ଚଳିତ ବର୍ଷର ଖରିଫ ଧାନଚାଷ ଆରମ୍ଭରୁ ଉଦବେଗଜନକ ହୋଇଛି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଯୋଗୁ ତଳି ପୋଡ଼ି ଓ ଗଜା ମରୁଡ଼ି ଲକ୍ଷ ଲକ୍ଷ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଧାରା ଶ୍ରାବଣରେ ମଧ୍ୟ ବର୍ଷାଭାବ କୃଷି କାର୍ଯ୍ୟରେ ସାଂଘାତିକ ସ୍ଥିତି ଦେଖାଦେଇଛି। ଜିଲାର ୨୨ଟି ଯାକ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ କୃଷି ବିଭାଗ ପକ୍ଷରୁ ଭିନ୍ନ ତଥ୍ୟ ଦିଆଯାଇଛି। ଅଗଷ୍ଟରେ ଯଦି ଆବଶ୍ୟକ ମୁତାବକ ବର୍ଷା ଓ ଲଘୁଚାପ ସୃଷ୍ଟି ନ ହୁଏ ତେବେ ମରୁଡ଼ି ସୁନିଶ୍ଚିତ ବୋଲି ବିଭିନ୍ନ ସ୍ଥାନର ଚାଷୀ ଓ କୃଷକ ସଂଗଠନ ଗୁଡିକ ମତ ପ୍ରକାଶ କରିଛନ୍ତି।
ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ସେଚ ବ୍ୟବସ୍ଥା ଥିବା ଜମିଗୁଡ଼ିକ ଅନାବୃଷ୍ଟି ସତ୍ତ୍ୱେ ଠିକ୍‌ ଅଛି। ଉଚ୍ଚା ଜମି ଗୁଡ଼ିକରେ ସମସ୍ୟା ଦେଖାଦେଇଛି। ତେବେ ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ରଙ୍ଗେଇଲୁଣ୍ଡା, ଚିକିଟି, କୁକୁଡ଼ାଖଣ୍ଡି, ଶେରଗଡ଼ ଓ ପୁରୁଷୋତ୍ତମପୁର ବ୍ଲକ ଅବସ୍ଥା ସଙ୍ଗୀନ ହୋଇଛି। ବ୍ୟାପକ କ୍ଷତି ନ ଘଟି ଆଂଶିକ କ୍ଷତି ହେବାର ଅନୁମାନ କରାଯାଇଛି। ଦିଗପହଣ୍ଡି ସମେତ ଆଉ କେତେକ ବ୍ଲକରେ ସ୍ଥିତି ଅନୁଧ୍ୟାନ କରାଯାଇ ସରକାରଙ୍କୁ ରିପୋର୍ଟ ଦାଖଲ କରାଯାଇଛି। ଅପରପକ୍ଷରେ ପାଣିପାଗ କେନ୍ଦ୍ରର ଆଗୁଆ ସୂଚନାନୁସାରେ ଯଦି ଭଲ ବର୍ଷା ହେବ ଅବସ୍ଥା ବଦଳିଯିବା ଆଶା କରାଯାଇଛି। କୃଷି ବିଭାଗର କ୍ଷେତ୍ର କର୍ମଚାରୀମାନେ ସବୁ ବ୍ଲକରେ ନିୟମିତ ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ଦିଆଯାଇଛି।
ବିଭିନ୍ନ ଚାଷୀ ସଂଗଠନ ନେତାଙ୍କ କହିବାନୁସାରେ କେବଳ ଚଳିତ ବର୍ଷ ନୁହେଁ ଦୀର୍ଘବର୍ଷରୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଲାଗି ରହିଛି। ଏହାର ସ୍ଥାୟୀ ସମାଧାନ ଦିଗରେ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଇଛି। ବିଜେଡି ଶାସନରେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଏହି ଜିଲାରେ ଗୋଟିଏ ବି ନୂଆ ମଧ୍ୟମ ଜଳ ସେଚନ ଯୋଜନା ନିର୍ମାଣ କରାଯାଇନାହିଁ। ଅନିୟମିତ ବର୍ଷା ଚାଷୀଙ୍କୁ ଅଣନିଃଶ୍ୱାସୀ କରୁଛି। ସବୁବର୍ଷ ଚାଷୀମାନେ ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ୁଚି। ଅପରପକ୍ଷରେ ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା ମଧ୍ୟମ ସେଚ ଯୋଜନା ଗୁଡ଼ିକ ନିର୍ଦ୍ଧାରିତ ସମୟ ଭିତରେ ସମ୍ପୂର୍ଣ୍ଣ ହେଉନଥିବା ଅନେକ ଅଭିଯୋଗ ହୋଇଛି। ଫଳରେ ସଂଶୋଧିତ ବ୍ୟୟ ଅଟକଳ ବଢ଼ି ଚାଲିଛି ଓ ଚାଷୀ ସୁଫଳ ପାଉନଥିବା କଟାକ୍ଷ କରାଯାଇଛି। ଜିଲାର ବାଘୁଆ ପ୍ରଥମ ଓ ଦ୍ୱିତୀୟ, ବାଘଲଟି, ଘୋଡ଼ାହାଡ଼, ଡହ, ବାହୁଦା, ରାମନଦୀ ଆଦି ଜଳ ଭଣ୍ଡାର ଗୁଡ଼ିକରେ ଜଳସ୍ତର ଏବେ ହ୍ରାସ ପାଇଥିବା ଖବର ମିଳିଛି। ୩ ଦଶନ୍ଧି ପରେ ବି ଘଟକେଶ୍ୱର ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ରହିଛି। ବର୍ଷା ନ ହେବାରୁ ଜୀବନ ରେଖା ଋଷିକୁଲ୍ୟା ନଦୀ ଶୁଖିଯାଇଛି। କେତେକ କେନାଲ କୁଳିଆକୁ ଛାଡ଼ିଦେଲେ ଅବଶିଷ୍ଟ ଜମିରେ ରୁଆ ବେଉଷଣ ଠପ୍‌ ହୋଇଯାଇଛି। ସୋରଡ଼ା ଓ ଭଞ୍ଜନଗର ବୃହତ୍ତର ଜଳ ଭଣ୍ଡାରରେ ମଧ୍ୟ ପାଣି ଯଥେଷ୍ଟ କମି ଯାଇଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଛି। ବିଜେଡି ସରକାର ବିଭିନ୍ନ ଯୋଜନା ନିମନ୍ତେ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବାରୁ ଗଞ୍ଜାମରେ ପର୍ଯ୍ୟାପ୍ତ ସେଚ ବ୍ୟବସ୍ଥା କରିବାକୁ ବହୁମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,୧୫।୧୧(କାଳିଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର...

ଗ୍ରୋସରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ରାଉରକେଲା,୧୫।୧୧: ସୁନ୍ଦରଗଡ଼ ଜିଲା ରଘୁନାଥପାଲି ଥାନା ଅଧୀନ ରାଉରକେଲା ସିଭିଲ ଟାଉନ୍‌ଶିପରେ ଥିବା ଏକ ବଡ଼ ଗ୍ରୋସରୀ ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ...

ଗଞ୍ଜାମ ଏନ୍‌ଏସିର ବିଚିତ୍ର ନୀତି: ଆହାର କେନ୍ଦ୍ର ସମ୍ମୁଖରେ ଡମ୍ପିଂୟାର୍ଡ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା...

ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ...

ବଲାଙ୍ଗୀରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଡଙ୍ଗା ଭସାଇ…

ବଲାଙ୍ଗୀର,୧୫ା୧୧(ସୁନୀଲ କୁମାର ମହାନ୍ତି): ପାଞ୍ଚଦିନ ଧରି ପବିତ୍ର ପଞ୍ଚକ ପାଳିତ ହେବା ପରେ ଶୁକ୍ରବାର ଉତ୍ସାହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ଅବସରରେ...

କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା

ସୋର,୧୫।୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ,...

‘ଭାରତକୁ ସ୍ବାଧୀନତା ଆଣିବାରେ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ’

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ବଡ଼...

କାବେରୀ ଘାଟରେ ବୋଇତ ବନ୍ଦାଣ କଲେ ପାଟଣା ବିଧାୟକ

ପାଟଣା,୧୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ଶୁକ୍ରବାର ରାତ୍ରି ୪ଟାରୁ ପାଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri