ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ ଅଫିସ,୩।୪(ବ୍ୟୁରୋ): ଶୁକ୍ଳ ଦ୍ୱିତୀୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏ ନେଇ ସୋମବାର ଅପରାହ୍ନ ୪ଟାରୁ ରାତି୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏକ ଗୁପ୍ତ ନୀତି କରାଯିବ। ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଏହି ନୀତି ହୋଇଥାଏ । ଦଇତାପତିମାନେ ଗୋଷ୍ଠୀଗତ ଭାବେ ଶ୍ରୀବିଗ୍ରହଙ୍କ ଉକ୍ତ ସେବା କରିଥାନ୍ତି। ପରେ ସିଂହାସନ ଧୁଆ ସରି ଠାକୁରଙ୍କ ମହାସ୍ନାନ ପରେ ଯଥାବିଧି ପୁନଃ ଠାକୁର ଦର୍ଶନ ଆରମ୍ଭ ହେବ ।

Share