Categories: ଜାତୀୟ

ରାଜସ୍ଥାନ ଖାଟୁ ଶ୍ୟାମ ମେଳାରେ ଦଳାଚକଟା: ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଜୟପୁର,୮ ।୮: ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମଜିରେ ବାବା ଶ୍ୟାମଙ୍କ ମାସିକ ମେଳାରେ ସୋମବାର ସକାଳୁ ଦଳାଚକଟା ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସୋମବାର ଭୋର ୫ଟାରେ ମନ୍ଦିର ଦ୍ୱାର ଖୋଲୁ ଖୋଲୁ ଭିଡ ହୋଇଯାଇଥିଲା । ଏହା ବେକାକୁ ହେବାରୁ ପରସ୍ପର ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଏଥିରେ ୩ ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି ।

ଖବରପାଇ ପୋଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share