Posted inଖେଳ

ଅଷ୍ଟ୍ରେଲିଆ ୨୬ ଜଣିଆ ଦଳରେ ଖ୍ବାଜା, ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୭(ପି.ଟି): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଗୁରୁବାର ଏକ ୨୬ ଜଣିଆ ଶକ୍ତିଶାଳୀ ପ୍ରାଥମିକ ଦଳ ଘୋଷଣା କରିଛି। ଏହି ଦଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ଉସ୍‌ମାନ ଖ୍ବାଜାଙ୍କୁ ସାମିଲ କରାଯାଇଛି। ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ୩ ଜଣ ନବାଗତଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି।
କୋଭିଡ୍‌-୧୯ର ପ୍ରକୋପ ଜାରି ରହିଥିବା ବେଳେ ଏହି ଦଳ ଘୋଷଣା କରିବା ଏକ ସକାରାତ୍ମକ ପଦକ୍ଷେପ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ଇତିମଧ୍ୟରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହୋଇଛି।
ତେବେ ଏପର୍ଯ୍ୟନ୍ତ ଏହି ସୀମିତ ଓଭର ଗସ୍ତ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ। ଏ ସଂକ୍ରାନ୍ତରେ କ୍ରିକେଟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମଧ୍ୟରେ ଗଠନମୂଳକ ଆଲୋଚନା ଚାଲିଛି। ୩ଟି ଲେଖାଏ ଦିନିକିଆ ଓ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ନେଇ ଆଗାମୀ ସେପ୍ଟେମ୍ବରରେ ଏହି ଗସ୍ତ ନିଶ୍ଚିତ ହେଲା ପରେ ଅନ୍ତିମ ଦଳ ଘୋଷଣା କରାଯିବ। ଏହି ଦଳରେ ନିୟମିତ ଖେଳାଳିମାନଙ୍କ ସମେତ ମ୍ୟାକ୍ସଓ୍ବେଲ ଓ ଉସ୍‌ମାନ ଖ୍ବାଜାଙ୍କ ଭଳି ଖେଳାଳି ସ୍ଥାନ ପାଇଛନ୍ତି। ମ୍ୟାକ୍ସଓ୍ବେଲ ଗତ ଅକ୍ଟୋବରରୁ ଅଷ୍ଟ୍ରେଲିଆ ପାଇଁ ଖେଳି ନାହାନ୍ତି। ମାନସିକ ସ୍ବାସ୍ଥ୍ୟ କାରଣରୁ ସେ କ୍ରିକେଟରୁ ଦୂରେଇ ରହିଥିଲେ। ସେହିପରି ଦୁର୍ବଳ ଫର୍ମ କାରଣରୁ ଖ୍ବାଜା ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏପ୍ରିଲ୍‌ରେ କ୍ରିକେଟ ଅଷ୍ଟ୍ରେଲିଆ ଚୁକ୍ତିରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋତେ ବିଷ ଦିଆଯାଇଥିଲା…,’ ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି ଟେନିସ ତାରକାଙ୍କ ଚମକାଇବା ଭଳି ବୟାନ

ମେଲବର୍ନ,୧୦।୧: ଟେନିସ ଷ୍ଟାର ନୋଭାକ ଜୋକୋଭିଚ ଦାବି କରିଛନ୍ତି ଯେ ୨୦୨୨ ମସିହାରେ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା। ସେ ସେତେବେଳେ ମେଲବର୍ନରେ ଥିଲେ।...

ଛାଡପତ୍ର ନେଇ ଇସାରା ଦେଲେ ଚହଲ! କହିଲେ ଏହା ସତ…

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ଧରି ଏହି...

2036 Olympics: ଓଡ଼ିଶାରେ ହେବ ହକି, ଅହମ୍ମଦାବାଦ, ମୁମ୍ବାଇକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ

ନୂଆଦିଲ୍ଲୀ,୯।୧: ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ...

କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ...

‘ଏହି କ୍ରିକେଟର ହେବେ ଭାରତର ଆଗାମୀ ଅଧିନାୟକ’; ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୯।୧: ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା...

କୋହଲି ଆଉଟ୍‌ ହୋଇଗଲେ ମୁଁ ଖାଏନାହିଁ…ଏମିତି କହି ଫସିଲେ ନାନା ପାଟେକର

ନୂଆଦିଲ୍ଲୀ,୯।୧: ସଦ୍ୟ ସମାପ୍ତ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିଲେ। ଏହା ପରେ କୋହଲି ବାକି ଚାରୋଟି ମ୍ୟାଚରେ ବିଫଳ ହୋଇଥିଲେ।...

କୋହଲି ଅବସର ନେଲେ ଭୁଶୁଡି ପଡ଼ିବ ଟିମ୍‌ ଇଣ୍ଡିଆ: ଚାଞ୍ଚଲ୍ୟକର ଖୁଲାସା କଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ବିରାଟ କୋହଲି ଭାରତୀୟ ଦଳରୁ ବାଦ୍‌ ପଡ଼ିବେ, ସେ ଅବସର ନେବେ ଏବଂ ହୁଏତ କ୍ରିକେଟରୁ ଏକ ଛୋଟ ବିରତି ନେବେ। ଆଜିକାଲି ବିରାଟଙ୍କ...

ଆଉଜଣେ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରୁ ହଟାଇଲେ ସ୍ତ୍ରୀଙ୍କ ଫଟୋ, ପରସ୍ପରକୁ କଲେ ଅନଫଲୋ, ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୯।୧: ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟରଙ୍କ ଛାଡପତ୍ର ହୋଇଛି। ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri