Categories: ଖେଳ

ଖ୍ବାଜାଙ୍କ ଶତକ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୫୫/୪

ଅହମ୍ମଦାବାଦ୍‌,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ଅହମ୍ମଦାବାଦରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଚାରି ଉଇକେଟ ହରାଇ ୨୫୫ ରନ ସଂଗ୍ରହ କରିଥିଲା। ଉସମାନ ଖ୍ବାଜା ୧୦୪ ଏବଂ କ୍ୟାମରନ୍‌ ଗ୍ରୀନ ୪୯ ରନ ସ୍କୋର କରିଥିଲେ।
ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ଟେଷ୍ଟ ସିରିଜର ନାମ ରଖିବାକୁ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ପାଇବାକୁ ଚାହୁଁଛି ।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଟସ ଜିତି ଫ୍ଲାଟ ଅହମ୍ମଦାବାଦ ପିଚରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟ୍ରେଭିସ୍‌ ହେଡ ଏବଂ ଖ୍ବାଜା ପ୍ରଥମ ଉଇକେଟ ପାଇଁ ୬୧ ରନ ଯୋଡିଥିଲେ। ଏହା ପରେ େହେଡ ଏବଂ ଲାବୁଶେନ ଆଉଟ ହୋଇଥିଲେ। କିନ୍ତୁ ସ୍ମିଥ ଖ୍ବାଜାଙ୍କ ସହ ଏକ ବଡ଼ ଭାଗିଦାରୀ ବାଣ୍ଟି ଅଷ୍ଟ୍ରେଲିଆକୁ ଏକ ଭଲ ସ୍ଥିତିରେ ରଖିଥିଲେ। ସ୍ମିଥ ଅର୍ଦ୍ଧଶତକ ହାସଲ କରି ନ ପାରି ୩୮ ରନ୍‌ରେ ଆଉଟ୍‌ ହୋଇଥିଲେ। ତାଙ୍କ ପରେ ଆସିଥିବା ପିଟର ହ୍ୟାଣ୍ଡସକମ୍ବ ୧୨ ରନ୍‌ ସ୍କୋରରେ ପାଭିଲିୟନକୁ ଫେରିଥିଲେ। ତେବେ ଏହି ଗ୍ରୀନ ଏବଂ ଖ୍ବାଜା ପରେ କୌଣସି ଉଇକେଟ ଖସିବାକୁ ଦେଇ ନ ଥିଲେ। ଏହି ସମୟରେ ଖ୍ବାଜା ମଧ୍ୟ ତାଙ୍କ ଶତକ ପୂରଣ କରିଥିଲେ। ଗ୍ରୀନ୍‌ ଅର୍ଦ୍ଧଶତକର ନିକଟତର ହୋଇଛନ୍ତି। ଭାରତ ପାଇଁ ଶାମି ଦୁଇଟି ଉଇକେଟ ନେଇଥିଲେ ଏବଂ ଅଶ୍ୱିନ-ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share