Categories: ଖେଳ

ଖେଲୋ ଇଣ୍ଡିଆ ଦଶ୍‌ କା ଦମ୍‌ ଭାରୋତ୍ତୋଳନ

ଭୁବନେଶ୍ୱର, ୧୩ା୩ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ଖେଲୋ ଇଣ୍ଡିଆ ଏକାଡେମୀରେ ଖେଲୋ ଇଣ୍ଡିଆ ଦଶ୍‌ କା ଦମ୍‌ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେବଳ ଖୋର୍ଦ୍ଧା ଜିଲାରୁ ୨୨ଜଣ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ମହିଳା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଇଏଚ୍‌ଆଇ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ହକି ଓଡ଼ିଶା ସମ୍ପାଦକ ସନାତନ ସାହୁ, ସାଇ ଉପନିର୍ଦ୍ଦେଶକ ତ୍ରୈଲୋକନାଥ ସାହୁ, ଅଜୟ ମିଶ୍ର , ଜାତୀୟ ଭାରୋତ୍ତୋଳନ ସଂଘର ପରିଦର୍ଶକ ଇଂ. ଚିତ୍ତରଞ୍ଜନ ସ୍ବାଇଁ ଏବଂ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ସଂଘର ସମ୍ପାଦକ ନାରାୟଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

Share