Categories: ଖେଳ

ଡିସେମ୍ବର ୧୦ରୁ ଖେଲୋ ଇଣ୍ଡିଆ: ଟପ୍ସରେ ସ୍ଥାନ ପାଇବେ ପାରା ଆଥଲେଟ୍‌

ନୂଆଦିଲ୍ଲୀ,୨୭ା୧୧: ପାରା ଆଥଲେଟମାନେ ସରକାରଙ୍କ ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ(ଟପ୍ସ)ର ଅଂଶବିଶେଷ ହୋଇପାରିବେ। ଏଥିଲାଗି ଆଗାମୀ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଇଭେଣ୍ଟର ମାସ୍କଟ ଓ ଲୋଗୋ ଉନ୍ମୋଚନ ଅବସରରେ ଏହି ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ଖେଲୋ ଇଣ୍ଡିଆ ଡିସେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ହେବ। ପ୍ରତିଯୋଗିତାରେ ୩୦୦ ଆଥଲେଟ ଓ ସପୋର୍ଟ ଷ୍ଟାଫ୍‌ ଅଂଶଗ୍ରହଣ କରିବେ। ଖେଲୋ ଇଣ୍ଡିଆ ପାରା ଗେମ୍ସରେ ପାରା ଆଥଲେଟମାନେ ଏକ ଜାତୀୟସ୍ତରର ପ୍ଲାଟଫର୍ମ ପାଇବେ, ଯେଉଁଠାରେ କି ସେମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରି ଟପ୍ସର ଅଂଶବିଶେଷ ହୋଇପାରିବେ ବୋଲି କ୍ରୀଡ଼ା ମନ୍ତ୍ରୀ ପ୍ରକାଶ କରିଛନ୍ତି।

Share