ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: କୋଷାଧ୍ୟକ୍ଷ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର

ଦିଗପହଣ୍ଡି,୧୩/୩(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ କୋଷାଧ୍ୟକ୍ଷ ପଦବୀ ସକାଶେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରସାନନ୍ଦ ରାଉତଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ୱଜ ସିଂହ ପ୍ରତ୍ୟାହାର କରିଛନ୍ତି। ରସାନନ୍ଦ କୋଷାଧ୍ୟକ୍ଷ ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ରହିଥିଲେ ମଧ୍ୟ ନାମାଙ୍କନ ପ୍ରତ୍ୟାହାର ପରେ ସେହି ପଦବୀ ଖାଲି ପଡ଼ିଯାଇଛି। ୨୯ରେ କେବଳ ସଂଘର ସମ୍ପାଦକ ପଦବୀ ପାଇଁ ମତଦାନ ହେବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଥିବା ବେଳେ ଉପସଭାପତି ଭାବେ ସନ୍ତୋଷ ସାହୁ ଏବଂ ସହସମ୍ପାଦକ ଭାବେ ରବିଚନ୍ଦ୍ର ଗୌଡ ଅପ୍ରତିଦ୍ୱନ୍ଦୀ ରହିଥିବା ଜଣାଇଛନ୍ତି। ସଭାପତି ପଦବୀ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ପରେ ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତିକୁ ନେଇ ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପରିଷଦ ପକ୍ଷରୁ ସଂଘର ସର୍ବ ବରିଷ୍ଠ ସଦସ୍ୟଙ୍କ ନାମ ପ୍ରେରଣ ପାଇଁ କୁହାଯାଇଥିବାରୁ ବରିଷ୍ଠ ଆଇନଜୀବୀ ହୃଦୟ ରଞ୍ଜନ ମେକାପ ସଭାପତି ଭାବେ ମନୋନୀତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।