ନୂଆଦିଲ୍ଲୀ: ଏକ ବିବାଦକୁ ନେଇ ଚର୍ଚ୍ଚାରେ ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରୀ ଲାଲ ଯାଦବ। ସୋସିଆଲ ମିଡିଆରେ ତାଙ୍କ ଝିଅ ଏବଂ ସ୍ତ୍ରୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ଏହାକୁ ନେଇ ସେ ହାତ ଯୋଡ଼ି ଉକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ରବିବାର ନିଜ ଟୁଇଟର ଆକାଉଣ୍ଟରୁ ଜଣେ ୟୁଟ୍ୟୁବରଙ୍କ ଭିଡିଓ ଶେୟାର କରି ବିହାର ପୋଲିସକୁ ଟ୍ୟାଗ୍ କରିଛନ୍ତି ଖେସାରୀ। ଏଥିସହ ତାଙ୍କ ପରିବାର ସହ କିଛି ଘଟିଲେ ବିହାର ପୋଲିସ ସେଥିପାଇଁ ଦାୟୀ ରହିବେ ବୋଲି କହିଛନ୍ତି।
କହିରଖୁଛୁ, ଗୌତମ ସିଂ ନାମକ ଜଣେ ୟୁଟ୍ୟୁବର ଖେସାରୀଙ୍କୁ ଗାଳି ଦେବା ସହ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ବଳାତ୍କାରର ଧମକ ଦେଇଛନ୍ତି। ଏହାର ଏକ ଭିଡିଓକୁ ସେ ଶେୟାର କରିବା ସହ ବହୁତ କଷ୍ଟରେ ଥିବା କହିଛନ୍ତି। ତେବେ ତାଙ୍କ ସମର୍ଥନରେ ହଜାର ହଜାର ପ୍ରଶଂସକ ବାହାରୁଥିବା ଦେଖାଯାଉଛି।