ଗୋଟିଏ ଫିଲ୍ମ ପାଇଁ ଏତିକି ଟଙ୍କା ନିଅନ୍ତି ଖିଲାଡି କୁମାର

ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ହୋଲି ଯଥା ମାର୍ଚ୍ଚ ୧୮ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଚରିତ୍ର ଅତ୍ୟନ୍ତ ଅନନ୍ୟ। ଫିଲ୍ମର ଟ୍ରେଲର୍‌ ପ୍ରଶଂସକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ ସମଜୀ। ଫିଲ୍ମରେ କ୍ରିତି ସାନନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଅର୍ଶଦ ଭାସାରି, ସଞ୍ଜୟ ମିଶ୍ର ଏବଂ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଛନ୍ତି।
ଅକ୍ଷୟ କୁମାର ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଗୋଟିଏ ବର୍ଷରେ ଅକ୍ଷୟ କୁମାରଙ୍କ ତିନିରୁ ଚାରିଟି ଫିଲ୍ମ ଆସେ। ଏଥିରୁ ସେ ବହୁତ ରୋଜଗାର କରନ୍ତି। ୨୦୨୨ ମସିହା ସୁଦ୍ଧା ଅକ୍ଷୟ କୁମାରଙ୍କ ସମ୍ପତ୍ତି ମୂଲ୍ୟ ୨୫୦୦ କୋଟି ଅଟେ। ସେ ଅନେକ ବ୍ରାଣ୍ଡକୁ ପ୍ରମୋଟ୍‌ କରନ୍ତି। ସେଥିରୁ ୧ କୋଟି ଟଙ୍କା ନିଅନ୍ତି। ଏହା ସହିତ ଅକ୍ଷୟ ଏକ ଫିଲ୍ମ ପାଇଁ ୨୫ର ୩୦ କୋଟି ଟଙ୍କା ଆଦାୟ କରନ୍ତି। ତାଙ୍କର ସମ୍ପତ୍ତି ପ୍ରତିବର୍ଷ ୧୫ ରୁ ୨୦ ପ୍ରତିଶତ ବୃଦ୍ଧି ପାଉଛି । ଅକ୍ଷୟ ମୁମ୍ବାଇର ଜୁହୁ ବିଚ ନିକଟରେ ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି । ତାଙ୍କର ଅନ୍ୟାନ୍ୟ ରିଅଲ ଇଷ୍ଟେଟ ସମ୍ପତ୍ତି ମଧ୍ୟ ଅଛି। ଏହା ସହିତ ସେ ଅନେକ ବିଳାସପୂର୍ଣ୍ଣ ଗାଡିର ମାଲିକ ଅଟନ୍ତି।

Share