Categories: ବାଣିଜ୍ୟ

ଆଜିଠାରୁ ଖିମ୍‌ଜୀର ‘ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌’

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଓଡ଼ିଶାର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌-୨୦୨୩ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେଲ୍‌ ୨୦୨୩ ଜୁଲାଇ ୧୯ରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଏପରିକି ଏହା ଜରିଆରେ ଗ୍ରାହକମାନେ ଆକର୍ଷଣୀୟ ଅଫର୍‌, ରିହାତି ଏବଂ ସର୍‌ପ୍ରାଇଜେସ୍‌ ସହିତ ସର୍ବୋତ୍ତମ ଅଳଙ୍କାର ସପିଂର ଉପଭୋଗ କରିପାରିବେ ବୋଲି ଖିମ୍‌ଜୀ ପକ୍ଷରୁ କୁହାଯାଇଛି। ସେହିଭଳି ଏହି ସୀମିତ ସମୟର ସେଲ୍‌ରେ ଗ୍ରାହକମାନେ ୯୧୬ ଏଚ୍‌ୟୁଆଇଡି ସୁନା ଅଳଙ୍କାରର ଗଢା ମୂଲ୍ୟରେ ୭୦% ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ। ଏହା ସହିତ ହୀରା ଅଳଙ୍କାରର ଗଢା ମୂଲ୍ୟରେ ୮୦% ପର୍ଯ୍ୟନ୍ତ ଏବଂ ରୁପା ଓଜନ ସାମଗ୍ରୀର ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏପରିକି ଗ୍ରାହକମାନେ ସ୍ବିସ୍‌ ଏବଂ ଜାପାନିଜ୍‌ ଘଣ୍ଟା ଉପରେ ମଧ୍ୟ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଆମର ମନଲୋଭା ଅଳଙ୍କାର କାରିଗରି ପାଇଁ ଗ୍ରାହକମାନଙ୍କର ରହିଥିବା ଭଲପାଇବାକୁ ସମ୍ମାନ କରିବାରେ ଆମେ ବିଶ୍ୱାସ କରୁ। ବିଶେଷ କରି ଆମର ଏହି ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌-୨୦୨୩ରେ ଗ୍ରାହକମାନଙ୍କୁ ଅବିଶ୍ୱସନୀୟ ରିହାତି ଏବଂ ସର୍‌ପ୍ରାଇଜେସ୍‌ ଭଳି ସ୍ମରଣୀୟ ସପିଂ ଅଭିଜ୍ଞତା ପ୍ରଦାନ କରାଯାଉଛି। ମୁଁ ଖୁସି ଅନୁଭବ କରୁଛି ଯେ ଆମେ ଅଳଙ୍କାର ଶିଳ୍ପରେ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରୁଛୁ।
ଉଲ୍ଲେଖଯୋଗ୍ୟ, ୨୦୨୩ ଜୁଲାଇ ୧୯ରୁ ଆରମ୍ଭ ହେଉଥିବା ଏହି ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌ ଖିମ୍‌ଜୀ ଜୁଏଲର୍ସର ସମସ୍ତ ୭ଟି ଷ୍ଟୋର୍‌ରେ ସୀମିତ ସମୟ ପାଇଁ ଉପଲବ୍ଧ। ଓଡ଼ିଶାର ଗ୍ରାହକମାନେ ସେମାନଙ୍କର ନିକଟତମ ଖିମ୍‌ଜୀ ଷ୍ଟୋର୍‌କୁ ଯାଇ ବିସ୍ତୃତ ସଂଗ୍ରହ ଏବଂ ବ୍ରାଣ୍ଡ୍‌ ଦ୍ୱାରା ଦିଆଯାଇଥିବା ଆକର୍ଷଣୀୟ ରିହାତି ଓ ସର୍‌ପ୍ରାଇଜେସ୍‌ ଉପଭୋଗ କରିପାରିବେ। ଦୀର୍ଘ ୮୬ ବର୍ଷର ଅଭିଜ୍ଞତା ସହିତ ଖିମ୍‌ଜୀ ଜୁଏଲର୍ସ ଓଡ଼ିଶାରେ ସୂକ୍ଷ୍ମ ଅଳଙ୍କାର କାରିଗରି ଏବଂ ଲଗ୍‌ଜୁରି ଘଣ୍ଟା ପାଇଁ ଏକ ବିଶ୍ୱସ୍ତ ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଛି।

Share