Categories: ବାଣିଜ୍ୟ

ଖିମ୍‌ଜୀର ସ୍ବତନ୍ତ୍ର ‘ଶୁଭ ସାବିତ୍ରୀ ବ୍ରତ’ ଅଫର

ଭୁବନେଶ୍ୱର,୧୯।୫: ରାଜ୍ୟର ପ୍ରମୁଖ ତଥା ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଏକ ଅଭିନବ ତଥା ଚଳିତ ବର୍ଷର ସାବିତ୍ର ପୂଜା ଉପଲକ୍ଷେ ‘ଶୁଭ ସାବିତ୍ରୀ ବ୍ରତ’ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସମସ୍ତ ବିବାହିତ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୁଭ ସାବିତ୍ରୀ ବ୍ରତ ଅଫରର ଶୁଭାରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ହିନ୍ଦୁଧର୍ମ ଅନୁଯାୟୀ ମଙ୍ଗଳସୂତ୍ରକୁ ପବିତ୍ର ବନ୍ଧନର ପ୍ରତୀକ ରୂପେ ଗ୍ରହଣ କରାଯାଏ। ଏପରିକି ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଥିବା ଶୁଦ୍ଧତାର ଉକ୍ତ ପବିତ୍ର ବନ୍ଧନକୁ ସମ୍ମାନ ଜଣାଇ ଖିମ୍‌ଜୀ ଜୁଏଲର୍ସ ‘ଶୁଭ ସାବିତ୍ରୀ ବ୍ରତ’ର ଶୁଭାରମ୍ଭ କରାଇଛି। ସେହିଭଳି ଖିମ୍‌ଜୀ ଜୁଏଲର୍ସ ଆଶା କରୁଛି ଯେ ଏହି ଶୁଭ ସାବିତ୍ରୀ ବ୍ରତ ଅଫର ପ୍ରତ୍ୟେକ ଗ୍ରାହକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଏବଂ ସ୍ମରଣୀୟ ମୁହୂର୍ତ୍ତ ନେଇ ଆସିବ। ଅପରପକ୍ଷରେ ଏହି ଆକର୍ଷଣୀୟ ଅଫରର ଲାଭ ନେବା ପାଇଁ ନିକଟସ୍ଥ ଖିମ୍‌ଜୀ ଷ୍ଟୋରକୁ ଯାଆନ୍ତୁ ଏବଂ ଖିମ୍‌ଜୀ ସହ ପ୍ରେମ ଏବଂ ଭକ୍ତିର ପର୍ବକୁ ପାଳନ କରନ୍ତୁ। ଏପରିକି ଖିମ୍‌ଜୀ ଜୁଏଲର୍ସର ଗ୍ରାହକମାନେ ଏହି ଅବସରରେ ମଙ୍ଗଳସୂତ୍ରର ଗଢ଼ା ମୂଲ୍ୟ ଉପରେ ୩୦% ରିହାତି ପାଇପାରିବେ। ବିଶେଷ କରି ଗ୍ରାହକମାନେ ନିଜର ସୁବିଧା ଅନୁଯାୟୀ ଶପିଂ ମଧ୍ୟ କରିପାରିବେ ବୋଲି ଖିମ୍‌ଜୀ ଜୁଏଲର୍ସ ସୁନିଶ୍ଚିତ କରାଇଛି। ଏପରିକି ଖିମ୍‌ଜୀ ଜୁଏଲର୍ସର ସମସ୍ତ ଷ୍ଟୋରରେ ଉକ୍ତ ଅଫର ଉପଲବ୍ଧ ରହିଛି ବୋଲି ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସାବିତ୍ରୀ ବ୍ରତ ହେଉଛି ଉସତ୍ବ ଏବଂ ଭକ୍ତିର ପର୍ବ।

Share