Categories: ବାଣିଜ୍ୟ

କେଏଚ୍‌ଏଲ୍‌ର ଗୋଲ୍ଡେନ ଜେନେରଶନ ହେଲ୍ପଲାଇନ

ଭୁବନେଶ୍ୱର,୪।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌’ (କେଏଚ୍‌ଏଲ୍‌) ଭୁବନେଶ୍ୱର ପକ୍ଷରୁ ଗୋଲ୍ଡେନ ଜେନେରଶନ (ବରିଷ୍ଠ ନାଗରିକ) ହେଲ୍ପଲାଇନ ‘୧୮୦୦୫୭୨୫୦୦୦’ ସେବା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ପୋଲିସ ପ୍ରଶାସକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ୍‌ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଚ୍‌ଏଲ୍‌ର ଅଧ୍ୟକ୍ଷ ଡା.ସୀତାକାନ୍ତ ଦାଶ, ଏମ୍‌ଡି ନିଲାଞ୍ଜନା ମୁଖାର୍ଜୀ, ନିର୍ଦ୍ଦେଶକ ରାଜେଶ ଦାଶଙ୍କ ସମେତ ବରିଷ୍ଠ ନାଗରିକ ସଂଘର ୧୦୦ରୁ ଅଧିକ ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏଭଳି ଏକ ସ୍ବତନ୍ତ୍ର ସେବାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିବାରୁ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ପରିପ୍ରେକ୍ଷୀରେ ଡା.ସୀତକଣ୍ଠ କହିଥିଲେ, ଏହି ହେଲ୍ପଲାଇନ ସେବା ଦିନରାତି କାର୍ଯ୍ୟ କରିବ। ଏଥିରେ ପେସାଦାର ତାଲିମପ୍ରାପ୍ତ କର୍ମଚାରୀଙ୍କୁ ସାମିଲ କରାଯାଇଛି। ଏହି ହେଲ୍ପଲାଇନ୍‌ ଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବଂ ଜରୁରିକାଳୀନ ପରିସ୍ଥିତିର ସମାଧାନ କରାଯିବ। ଏହା ସହିତ ଡାକ୍ତରୀଦଳ ତଥା ଅନ୍ୟାନ୍ୟ ସହଯୋଗୀମାନେ ଜରୁରିକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଏବଂ ଚିକିତ୍ସା ସହାୟତା ମଧ୍ୟ ପ୍ରଦାନ କରିବ ବୋଲି ନିଲାଞ୍ଜନା କହିଛନ୍ତି।

Share