ଖୋର୍ଦ୍ଧା ଜିଲା ଓକିଲ ସଂଘ ନିର୍ବାଚନ: ଦ୍ୱିତୀୟ ଥର ଜୀବନଜ୍ୟୋତି ସଭାପତି

ଖୋର୍ଦ୍ଧା,୨୯।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦ୍ୱିତୀୟ ଥର ଲାଗି ଜୀବନଜ୍ୟୋତି ମିଶ୍ର ନିର୍ବାଚିତ ହୋଇଛନ୍ତି। ୨୧୫ ଖଣ୍ଡ ଭୋଟ ପାଇ ସେ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୟ ସାମନ୍ତସିଂହାର ୧୧୩ଖଣ୍ଡ ଭୋଟ ପାଇଛନ୍ତି। ଉପସଭାପତି ଭାବେ ପ୍ରଦୀପ୍ତ ପ୍ରସାଦ ରାମ ୨୦୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲିଙ୍ଗରାଜ ସାହୁ ୧୧୯ଖଣ୍ଡ ଭୋଟ ପାଇଥିଲେ।

ସମ୍ପାଦକ ପଦବୀରେ କ୍ଷୀରୋଦ ମୋହନ ସ୍ବାଇଁ ୨୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଙ୍ଗରାଜ ସାହୁ ୧୨୨ଖଣ୍ଡ ଭୋଟ ପାଇଥିଲେ। କୋଷାଧ୍ୟକ୍ଷ ପଦବୀ ପାଇଁ ବସନ୍ତ କୁମାର ଭଞ୍ଜ ୨୧୬ଖଣ୍ଡ ଭୋଟ ପାଇ ଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ରିତେଶ କୁମାର ସାହୁ ୧୪୪ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ପଦବୀରେ ବଳରାମ ସାହୁ ଅପ୍ରତିଦ୍ବନ୍ଦୀ ରହିଛନ୍ତି। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ଛୋଟରାୟ ନିର୍ବାଚନ ପରିଚାଳନା କରିଥିବା ବେଳେ ଅନ୍ୟ ଆଇନଜୀବୀମାନେ ସହଯୋଗ କରିଥିଲେ।

ସିନିୟର ବର୍ଗରେ କାର୍ଯ୍ୟକାରିଣୀ ସଦସ୍ୟଭାବେ ବୀରେନ୍ଦ୍ର କୁମାର ପ୍ରହରାଜ, ଲୋତକବିନ୍ଦୁ ପଟ୍ଟନାୟକ, ମନୋରଞ୍ଜନ ପଣ୍ଡା, ପ୍ରଦୀପ କୁମାର ଦଳାଇ ଓ ବିକ୍ରମ ଛୁଆଳସିଂହ ଏବଂ ମହିଳା ସଦସ୍ୟା ଭାବେ ମୋନାଲିସା ମିଶ୍ର ଅପ୍ରତିଦ୍ବନ୍ଦ୍ୱୀ ରହିଛନ୍ତି। ଜୁନିୟର ବିଭାଗର ୪ ପଦବୀରେ କେହି ନିର୍ବାଚନ ଲଢି ନ ଥିବା ଜଣାପଡ଼ିଛି
ନିର୍ବାଚନ ଫଳାଫଳ ଘୋଷଣା ପରେ କୋର୍ଟ ପରିସରରେ ଆଇନଜୀବୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଆଇନଜୀବୀମାନେ ବିଜୟୀ ପ୍ରାର୍ଥୀଙ୍କୁ ପୁଷ୍ପଗଚ୍ଛ, ଫୁଲମାଳ ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସଭାପତି ଜୀବନଜ୍ୟୋତି ମିଶ୍ର, ସମ୍ପାଦକ କ୍ଷୀରୋଦ ମୋହନ ସ୍ବାଇଁ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

ପାଣିରେ ବୁଡ଼ି ଚାଲିଗଲା ଭଉଣୀ, ଭାଇଙ୍କ ଜୀବନ

ସାଲେପୁର,୨୬।୪: କଟକ ଜିଲା ନିଶ୍ଚିନ୍ତକୋଇଲି ରାମକୃଷ୍ଣପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ପୋଖରୀରେ ବୁଡ଼ି ୨ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image