ଭୁବନେଶ୍ୱର, ୧୭।୨ (ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସୁଛି। ଏଥିସହ ଦୈନିକ ସଂକ୍ରମଣରେ ସବୁବେଳେ ଶୀର୍ଷରେ ରହୁଥିବା ଖୋର୍ଦ୍ଧା ଜିଲା ଦୀର୍ଘଦିନ ପରେ ଏବେ ଦ୍ୱିତୀୟ ସ୍ଥାନକୁ ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୮୮୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନ୍ରୁ ୫୧୬ଜଣ ଓ ସ୍ଥାନୀୟ ସଂକ୍ରମିତ ୩୭୦ଜଣ ରହିଥିବା ବେଳେ ୧୮ବର୍ଷ ବୟସ ମଧ୍ୟରେ ୧୬୯ଜଣ ରହିଛନ୍ତି। ଏହି ନୂଆ ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୧୭୯ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଦ୍ୱିତୀୟ ସର୍ବାଧିକ ୮୬ଜଣ ପଜିଟିଭ୍ ବାହାରିଛନ୍ତି।