Categories: ଖେଳ

ଖୋର୍ଦ୍ଧା ଜିଲା ଚେସ୍‌ ୧୪ରୁ

ଭୁବନେଶ୍ୱର, ୧୦।୧୦ (ତପନ ସ୍ବାଇଁ): ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚେସ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି କିଟ୍‌ ବିଶ୍ୱବିଦ୍ୟାଳୟର ବିଶ୍ୱନାଥନ୍‌ ଆନନ୍ଦ ଅନ୍ତର୍ଜାତୀୟ ଚେସ୍‌ ହଲ୍‌ରେ ଅନୁଷ୍ଠିତ ହେବ। ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ କେବଳ ଖୋର୍ଦ୍ଧା ଜିଲାର ଚେସ୍‌ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚାମ୍ପିୟନଶିପର ୩୭ ବିଜେତାଙ୍କ ପାଇଁ ମୋଟ ୧୪ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଏହା ମଧ୍ୟରେ ଶୀର୍ଷ ୧୫ ଖେଳାଳିଙ୍କ ସମେତ ଶ୍ରେଷ୍ଠ ୨ ଜଣ ଲେଖାଏ ମହିଳା, ଭେଟେରାନ, ମାନସିକ ଅନଗ୍ରସର ଏବଂ ୫, ୬, ୭, ୮, ୯, ୧୦, ୧୧ ଓ ୧୩ ବର୍ଷରୁ କମ୍‌ ବର୍ଗର ଖେଳାଳି ସାମିଲ। ପୁରସ୍କାର ଆକାରରେ ମୋଟ ୮୩ଟି ଟ୍ରଫି ପ୍ରଦାନ କରାଯିବ। ଚାମ୍ପିୟନଙ୍କୁ ଟ୍ରଫି ସହ ୭୦୦୦ ଓ ରନରଅପ୍‌ଙ୍କୁ ୫୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ। ପ୍ରତିଯୋଗିତା ପାଇଁ ୪୦୦ ଟଙ୍କାର ଏଣ୍ଟ୍ରି ଫି’ ଧାର୍ଯ୍ୟ କରାଯାଇଛି ବୋଲି ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅଂଶଗ୍ରହଣ ପାଇଁ ଆଗ୍ରହୀ ଖେଳାଳିମାନେ ଶୁଭାଶିଷ ଏବଂ ଆସୋସିଏଶନର ଯୁଗ୍ମ ସମ୍ପାଦକ ସରୋଜ ବେହେରାଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Share