ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରଜ ଉପଲକ୍ଷେ ରାଜ୍ୟ ସରକାର ଜୁନ୍ ୧୪ ଓ ୧୫ ତାରିଖକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି। ତେବେ ଶେଷ ରଜ ଜୁନ୍ ୧୬ ତାରିଖକୁ ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ୨୦୨୧ ନଭେମ୍ବର ୧୭ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୩୪୫୭୮ ଏବଂ ୨୦୨୨ ଫେବୃୟାରୀ ୨୧ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ବିଜ୍ଞପ୍ତି ନମ୍ବର ୧୮୨୫ ଅନୁସାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରାଜସ୍ବ ଆୟୁକ୍ତ ତାଙ୍କ କାର୍ଯ୍ୟ ପରିସରରେ ଥିବା ନିର୍ଦ୍ଦିଷ୍ଟ ଜିଲାରେ ଗୋଟିଏ ଦିନ ସରକାରୀ ସ୍ଥାନୀୟ ଛୁଟି ଘୋଷଣା କରିଥାନ୍ତି। ଏହି ଆଧାରରେ ଆଗାମୀ ଜୁନ୍ ୧୬ ତାରିଖକୁ ଖୋର୍ଦ୍ଧା ଜିଲା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏ ନେଇ ଗୁରୁବାର ଖୋର୍ଦ୍ଧା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।