ଖୋର୍ଦ୍ଧା ପୌର ପରିଷଦ: କାଉନ୍‌ସିଲର ପଦ ପାଇଁ ୭୬ ପ୍ରାର୍ଥୀ

ଖୋର୍ଦ୍ଧା ଅଫିସ,୧୧ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଯାଞ୍ଚ ପ୍ରକ୍ରିୟା ସରଛି। କାଉନସିଲର ପଦ ପାଇଁ ମଇଦାନରେ ୭୬ଜଣ ପ୍ରାର୍ଥୀ ରହିଛନ୍ତି। ସେଥିରୁ ୩ପ୍ରମୁଖ ଦଳ ସମେତ ୨ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେଡି ୨୨ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ଭାଜପା ୧୯ ଏବଂ କଂଗ୍ରେସ ୧୦ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇଛି। ଏତଦ୍‌ ବ୍ୟତୀତ ୨୦ଜଣ ସ୍ବାଧୀନ ପ୍ରାର୍ଥୀ ବିଭିନ୍ନ ଓ୍ବାର୍ଡରୁ ରହିଛନ୍ତି। କଂଗ୍ରେସ ଓ୍ବାର୍ଡ ନଂ. ୧, ୨, ୪, ୫, ୯, ୧୦, ୧୧, ୧୨, ୧୩, ୧୪, ୧୯,୨୦ରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ଭାଜପା ୭, ୧୦ ଓ ୨୧ନମ୍ବର ଓ୍ବାର୍ଡରେ ଦେଇନାହିଁ। ୧ ଓ ୨ନଂ. ଓ୍ବାର୍ଡରେ ପୂର୍ବରୁ କାଉନସିଲର ରହିଥିବା ଏକ ପରିବାରର ଜିତେନ୍ଦ୍ର ବେହେରା ଏବଂ ତିଳୋତ୍ତମା ବେହେରା ପୁଣି ଥରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ୩ନଂ.ରେ ୬ଜଣ, ୪ନଂ.ରେ ୨, ୫ନଂ.ରେ ୩, ୬ନଂ.ରେ ୫, ୭ନଂ.ରେ୪, ୮ନଂ.ରେ ୫, ୯ନଂ.ରେ ୩, ୧୦ ଓ ୧୧ନଂ.ରେ ୨ଜଣ ଲେଖାଏ ପ୍ରାର୍ଥୀ ରହିଥିବା ବେଳେ ୧୨ନଂ.ରେ ୪, ୧୩,୧୪,୧୫,୧୬ ଓ ୧୭ ନମ୍ବର ଓ୍ବାର୍ଡରେ ୩ଜଣ ଲେଖାଏ, ୧୮ନଂ.ରେ ୪, ୧୯ନଂ.ରେ ୨, ୨୦ ଓ ୨୧ ନଂ.ରେ ୪ ଏବଂ ୨୨ନଂ. ଓ୍ବାର୍ଡରେ ୩ଜଣ ପ୍ରାର୍ଥୀ ରହିଛନ୍ତି। ଆସନ୍ତା ୧୪ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ରହିଛି।

Share