Categories: ଖେଳ

ଖୋର୍ଦ୍ଧା ଚାମ୍ପିୟନ, କିଟ୍‌-କିସ୍‌କୁ ବ୍ରୋଞ୍ଜ

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ହକି ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଏଓ) ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି କିଟ୍‌-କିସ୍‌ ଦଳ। ଏଚ୍‌ଏଓ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। କିଟ୍‌ ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ କିଟ୍‌-କିସ୍‌ ଜୁନିୟର ଦଳ ପ୍ରଥମଥର ପାଇଁ ପଦକ ହାସଲ କରିବାରେ ସମର୍ଥ ହୋଇଛି। ଢେଙ୍କାନାଳକୁ ୭-୦ରେ ପରାସ୍ତ କରି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଅନ୍ୟପକ୍ଷରେ ସୁନ୍ଦରଗଡ଼କୁ ୨-୦ରେ ପରାସ୍ତ କରି ଖୋର୍ଦ୍ଧା ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଜୁନିୟର ଦଳର ଏହି ସଫଳତା ପାଇଁ ସମସ୍ତ ଖେଳାଳି ଓ କୋଚ୍‌ଙ୍କୁ କିଟ୍‌-କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି।

Share