ବଦଳିଲେ ଖୋର୍ଦ୍ଧା ଜିଲାପାଳ

ଭୁବନେଶ୍ୱର,୩ା୮(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କର ସୋମବାର ବଦଳି ହୋଇଛି। ତାଙ୍କ ବଦଳି ପରେ ସନତ କୁମାର ମହାନ୍ତି ନୂତନ ଜିଲାପାଳ ହୋଇଛନ୍ତି।

ଏଥିସହିତ ଗଞ୍ଜାମ କୋଭିଡ୍‌ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ଆଇଏଏସ୍‌ କୀର୍ତ୍ତି ଭାସାନଙ୍କ ବଦଳି ହୋଇଛି। ସେହିପରି ଆଇଏଏସ୍‌ ଶୁଭଙ୍କର ମହାପାତ୍ର ବାଲିଗୁଡ଼ା ଉପଜିଲାପାଳ ହୋଇଥିବା ବେଳେ ଆଇଏଏସ୍‌ ସୂର୍ଯ୍ୟବଂଶୀ ମୟୂର ବିକାଶ ସମ୍ବଲପୁରର ଉପଜିଲାପାଳ ହୋଇଛନ୍ତି। ଗଜପତି କୋଭିଡ୍‌ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ଆଇଏଏସ୍‌ ଜେ. ସୋନାଲଙ୍କ ବଦଳି ହୋଇଛି।

Share