ଖୋର୍ଦ୍ଧା ପୌର ପ୍ରଶାସନର ତରବରିଆ କାମ, ରାସ୍ତାରେ ପାଣି

ଖୋର୍ଦ୍ଧା ଅଫିସ,୧୪ା୭: ‘ବାହାଘର ସମୟରେ ବାଇଗଣ ରୁଆ’ ଭଳି ପଦାରେ ପଡ଼ିଛି ଖୋର୍ଦ୍ଧା ପୌର ପ୍ରଶାସନର ଡ୍ରେନ୍‌ ସଫେଇ କାର୍ଯ୍ୟ। ମୌସୁମୀ ପୂର୍ବରୁ ଡ୍ରେନ ସଫେଇ ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ। କିଛିଦିନ ତଳେ ତରବରିଆ ଭାବେ ଟେଣ୍ଡର ପରେ ଠିକା ସଂସ୍ଥା ପକ୍ଷରୁ ଡ୍ରେନ ସଫେଇ ଚାଲିଛି। ଡ୍ରେନ କଡ଼ରେ କୁଢ କୁଢ ମାଟି ଗଦା ହୋଇ ରହିଛି। ତେବେ ଏହାକୁ ଉଠା ନ ଯିବାରୁ ଲଘୁଚାପ ବର୍ଷାରେ ପୁଣି ଡ୍ରେନରେ ପଶୁଥିବା ଦେଖିବାକୁ ମଳୁଛି। ସେହିପରି ଗତ ତିନିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସହରର ଏକାଧିକ ଖାଲୁଆ ସ୍ଥାନରେ ପାଣି ଜମିଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ଭିଜିଲାନ୍ସ ଅଫିସ ସମେତ କେତେକ ଶିକ୍ଷାନୁଷ୍ଠାନରେ ବର୍ଷାଜଳ ଜମିଛି। ନୂଆବସ୍‌ଷ୍ଟାଣ୍ଡ ରୋଡ୍‌, ନୟାଗଡ଼ ରୋଡ୍‌ (ଗୋଡ଼ିପୋଖରୀ ଛକ, ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ-ପେଟ୍ରୋଲ ପମ୍ପ ଛକ- ଚଣ୍ଡିଚୁଆ ଛକ ପୂର୍ବରୁ ସନ୍ତୋଷୀ କଲୋନୀ ସମ୍ମୁଖ)ରେ ଡ୍ରେନ ପାଣି ରାସ୍ତାରେ ଭାସୁଛି।

ଡ୍ରେନ୍‌ ପାଣି ସାଙ୍ଗକୁ ରାସ୍ତା କଡ଼ରେ ଗଦା ଥିବା ଆବର୍ଜନା ମଧ୍ୟ ଏଣେ ତେଣେ ପଡ଼ିଛି। ପଲ୍ଲା ଛକ, ନୂଆବସ୍‌ଷ୍ଟାଣ୍ଡ ରୋଡ୍‌ର ଏକାଧିକ ସ୍ଥାନ, ନୟାଗଡ଼ ରୋଡ୍‌, ପୁରୁଣା ଦମକଳ ଛକ, ତଳସାହି, ଉପର ସାହି, ଖ୍ରୀଷ୍ଟିଆନ ସାହି, ବରୁଣେଇ ସାହି, ଗୋପିନାଥ ସାହି, ରାଧାବଲ୍ଲଭ ସାହିରେ ବର୍ଷା ପାଣିର ସୁଅ ଛୁଟୁଛି। ପୌର ପ୍ରଶାସନ ନିକଟ ମସଜିଦ୍‌ ସମ୍ମୁଖ ଓ ଖ୍ରୀଷ୍ଟିଆନ ସାହି ଡ୍ରେନ କାମ ଚାଲିଛି। ରାସ୍ତାରେ ଗୋଡି, ମାଟି, ପଥର ଗଦା ହୋଇରହିଛି।

ବାଳିକା ହାଇସ୍କୁଲ ସମ୍ମୁଖ ଦେଇ ପୁରୁଣା ମେଡିକାଲ ନିକଟକୁ ଯେଉଁ ଡ୍ରେନ୍‌ ସଂଯୋଗ କରୁଛି, ତା’ ଉପରେ ଅସ୍ଥାୟୀ ଦୋକାନ ଗଢି ଉଠିଛି। ସେହିଭଳି ଟ୍ରାଫିକ ଛକ ଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଡ୍ରେନ ପୋତାଯାଇ ଦୋକାନ ଘର କରାଯାଇଛି। ଗୋଡ଼ିପୋଖରୀ ଛକ ଠାରୁ ଆଗକୁ ଡ୍ରେନ ନାହିଁ। ବର୍ଷା ପାଣି ନିଷ୍କାସନ ହେବାର କୌଣସି ବ୍ୟବସ୍ଥା ନାହିଁ। ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ସାମାଜିକ କର୍ମୀ ଶୁଭ୍ରରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନପତ୍ର ବିଭ୍ରାଟରେ ଯିଏ ଦୋଷୀ ତାଙ୍କୁ ଛଡ଼ା ଯିବନାହିଁ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୨୮ା୪: OPSC/SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି...

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ...

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image